ନୂଆଦିଲ୍ଲୀ : ଚଳିତ ଆଇପିଏଲ ସିଜିନର ପ୍ରଥମ କ୍ୱାଲିଫାୟାରରେ ମୁହାଁମୁହିଁ ହେବେ କୋଲକାତା ଓ ହାଇଦ୍ରାବାଦ । ଦୁଇ ଦଳ ପଏଣ୍ଟସ ଟେବୁଲର ଶୀର୍ଷରେ ଥିବାରୁ ପ୍ରଥମ କ୍ୱାଲିଫାୟାରର ଖେଳିବେ । ତେବେ ଆଜିର ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦରେ ଖେଳାଯିବ । କୋଲକାତା ନାଇଟ ରାଇଡ଼ର୍ସ ଚଳିତ ସିଜିନରେ ୧୪ ଟି ମ୍ୟାଚରୁ ୯ ଟି ବିଜୟ ହାସଲ କରିଛି ୩ ଟି ପରାଜୟ ହାସଲ କରିଛି ଏବଂ ୨ଟି ମ୍ୟାଚରେ କୌଣସି ଫଳାଫଳ ମିଳିପାରିନାହିଁ । ସେହିପରି ସନରାଇଜର୍ସ ହାଇଦ୍ରାବାଦ ୧୪ ଟି ମ୍ୟାଚ ରୁ ୮ ଟି ବିଜୟ ହାସଲ କରିଥିବାବେଳେ ୫ ଟି ମ୍ୟାଚରେ ପରାଜୟର ସାମ୍ନା କରିଛି ଏବଂ ଗୋଟିଏ ମ୍ୟାଚରେ କୌଣସି ଫଳାଫଳ ମିଳିପାରିନାହିଁ । ତେବେ ପ୍ରଥମ କ୍ୱାଲିଫାୟାରରେ ବିଜୟୀ ଦଳ ସିଧା ସଳଖ ଫାଇନାଲରେ ପ୍ରବେଶ କରିବ ଏବଂ ଯେଉଁ ଦଳ ପରାସ୍ତ ହେବ ତାଙ୍କୁ ଫାଇନାଲରେ ପ୍ରବେଶ କରିବାକୁ ଆଉ ଏକ ସୁଯୋଗ ମିଳିବ । କ୍ୱାଲିଫାୟାର ୧ ରେ ପରାସ୍ତ ହୋଇଥିବା ଦଳ କ୍ୱାଲିଫାୟାର ୨ ରେ ଏଲୀମିନେଟରର ବିଜେତା ସହ ଲଢେଇ କରିବ ।