19.1 C
Bhubaneswar
Saturday, December 28, 2024
Homeଓଡିଶାପୁରୀରେ ଏସିଡ୍‌ ମାଡ଼: ୯ ଗୁରୁତର ଆହତ

ପୁରୀରେ ଏସିଡ୍‌ ମାଡ଼: ୯ ଗୁରୁତର ଆହତ

ପୁରୀ: ତାଳବଣିଆ ଥାନା ଅନ୍ତର୍ଗତ ଚମାରସାହିରେ ସରକାରୀ ଜମି ଦଖଲକୁ ନେଇ ରାତିରେ ଗଣ୍ଡଗୋଳ ବେଳେ ଏସିଡ୍‌ ମାଡ଼ରେ ଜଣେ ଶିଶୁ ସମେତ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଆଖି ପ୍ରଭାବିତ ହୋଇଛି। ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ତାଳବଣିଆ ଥାନା ପୁଲିସ ଓ କୁମ୍ଭାରପଡ଼ା ଥାନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ତାଳବଣିଆ ଥାନା ଅନ୍ତର୍ଗତ ଚମାରସାହିସ୍ଥିତ ମା’ ମଙ୍ଗଳା ମନ୍ଦିର ପଛପଟେ ଏକ ସରକାରୀ ଜମି ରହିଛି। ଏହି ଜମିରେ ବିଜୟ ବେହେରା ବହୁ ବର୍ଷ ଧରି ରହୁଥିଲେ। ପନ୍ଦର ଦିନ ତଳେ ବିଜୟ ଏହି ଜମିରେ ପାଚେରି ନିର୍ମାଣ କରିବାରୁ ସାହିବାସିନ୍ଦା ଏହାକୁ ବିରୋଧ କରିଥିଲେ। ତାଳବଣିଆ ଥାନା ପୁଲିସ ଉଭୟ ପକ୍ଷଙ୍କୁ ଡକାଇ ଏନେଇ କୋର୍ଟରେ ମାମଲା କରିବାକୁ ପରାମର୍ଶ ଦେବା ସହ ଜମି ବିବାଦକୁ ନେଇ କୌଣସି ଗଣ୍ଡଗୋଳ ନକରିବାକୁ ପରାମର୍ଶ ଦେଇଥିଲା। ମାତ୍ର ଆଜି ଏହି ସାହିରେ ଏହି ସରକାରୀ ଜମିକୁ ନେଇ ଏକ ଗ୍ରାମସଭାର ଆୟୋଜନ କରାଯାଇଥିଲା। ଚମାରସାହିରେ ରହୁଥିବା ନୟାଗଡ଼ ଶରଣକୁଳ ଥାନା ଅନ୍ତର୍ଗତ ବଡ଼ଖୁଣ୍ଡିଆ ଗାଁର ଜିତେନ୍ଦ୍ର ପାଟଶାଣୀଙ୍କ ପତ୍ନୀ ପାର୍ବତୀ ବେହେରା(୫୫) ବିଜୟଙ୍କ ଘରକୁ ଡାକିବାକୁ ଯାଇଥିଲେ। ମାତ୍ର ସେଠାରେ ତାଙ୍କୁ ବିଜୟଙ୍କ ପୁଅ ପ୍ରଶାନ୍ତ ଭୁଜାଲିରେ ଆକ୍ରମଣ କରିଥିଲା। ଏହି ଖବର ପାଇ ସାହିବାସିନ୍ଦା ସେଠାରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ବିଜୟ, ତାଙ୍କ ପତ୍ନୀ ପାର୍ବତୀ ଓ ପୁଅ ପ୍ରଶାନ୍ତ ଏସିଡ୍‌ ମାଡ଼ କରିଥିଲେ।

ଏହି ଏସିଡ୍‌ ମାଡ଼ରେ ଜିତେନ୍ଦ୍ରଙ୍କ ପତ୍ନୀ ପାର୍ବତୀ, ଦୁଲେଇ ବେହେରା(୪୦), ଜମୁନା ବେହେରା(୪୨), ବାଞ୍ଛୁ ବେହେରା, ଲୁବୁନା ବେହେରା, ଚମ୍ପା ବେହେରା(୪୬), ସାରଥୀ ବେହେରା(୩୪)ଙ୍କ ସମେତ ଜଣେ ଶିଶୁଙ୍କ ସହ ବିଜୟ, ପ୍ରଶାନ୍ତ ଓ ପାର୍ବତୀ ଗୁରୁତର ଆହତ ହୋଇଛନ୍ତି। ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ଥାନୀୟ ଲୋକମାନେ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ବେଳେ ଖବର ପାଇ ସିଟି ଡିଏସ୍‌ପି ପ୍ରଶାନ୍ତ ସାହୁ, ତାଳବଣିଆ ଥାନା ଆଇଆଇସି ପବିତ୍ର ମହାରଣା ଓ କୁମ୍ଭାରପଡ଼ା ଥାନା ଆଇଆଇସି ଜୟଦୀପ ମହାନ୍ତି ପ୍ରମୁଖ ଘଟଣାସ୍ଥଳ ଏବଂ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଉଭୟ ପକ୍ଷରୁ ତାଳବଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking