ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ । କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ । ଜୁନ୍ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ । ତେବେ ଗତ ୭ ତାରିଖରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିକୁ କହିଥିଲେ ଯେ ନିର୍ବାଚନ ୫ ବର୍ଷକୁ ଥରେ ଆସେ । ଏହା ଅସାଧାରଣ ପରିସ୍ଥିତି । ଯଦି ଆମେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରୁ ତେବେ ସେ ଦିଲ୍ଲୀ ସରକାରରେ କୌଣସି ପ୍ରକାର ହସ୍ତକ୍ଷେପ କରିବେ ନାହିଁ । ଏହି ସର୍ତ୍ତରେ କେଜ୍ରିୱାଲଙ୍କୁ ଜାମିନ ମିଳିବା ନେଇ ଆଶା କରାଯାଉଥିବାରୁ ତାହା ପୂର୍ବରୁ ଗତକାଲି ଇଡି ସତ୍ୟପାଠ ଦାଖଲ କରି ଜାମିନକୁ ରୋକିବାକୁ ଉଦ୍ୟମ କରିଥିଲା । ଇଡି ଆହୁରି ମଧ୍ୟ କହିଥିଲା ଯେ ଯଦି ଏହି ଆଧାରରେ ମୁକ୍ତ କରାଯାଏ, ତେବେ ଦେଶରେ ନିର୍ବାଚନ ହେଉଥିବାରୁ ଜଣେ ରାଜନେତାଙ୍କୁ ଗିରଫ କିମ୍ବା ଅଟକ ରଖିବା କଷ୍ଟକର ହେବ । ଏହା ପୂର୍ବରୁ ଇଡି ଫେବ୍ରୁଆରୀ ୯ରେ ଏହାର ସତ୍ୟପାଠ ଦାଖଲ କରିଛି । ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରି କୋର୍ଟରେ କରିଥିଲେ ଯେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ରାଜନେତାଙ୍କ ପାଇଁ ଏକ ଅଲଗା ଶ୍ରେଣୀ ସୃଷ୍ଟି କରିବା ପରି ହେବ । ଗତ ଶୁଣାଣିରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଓକିଲଙ୍କୁ କହିଥିଲେ, ପ୍ରଥମେ ଦେଖିବାକୁ ହେବ ଯେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇପାରିବ କି ନାହିଁ ।