30.1 C
Bhubaneswar
Friday, November 15, 2024
Homeଦେଶ ବିଦେଶ୧୭ ଜଣ ରୋଗୀଙ୍କୁ ମାତ୍ରାଧିକ ଇନସୁଲିନ୍ ଦେଇ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ, ନର୍ସଙ୍କୁ...

୧୭ ଜଣ ରୋଗୀଙ୍କୁ ମାତ୍ରାଧିକ ଇନସୁଲିନ୍ ଦେଇ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ, ନର୍ସଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ହେଥର୍ ପ୍ରେସ୍‌ଡି ନାମ୍ନୀ ଜଣେ ୪୧ ବର୍ଷୀୟା ଆମେରିକୀୟ ନର୍ସ, ୧୭ଜଣ ରୋଗୀଙ୍କୁ ଇନ୍‌ସୁଲିନ୍‌ର ମାତ୍ରାଧିକ ଡୋଜ୍ ଦେଇ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ଥାନୀୟ ପେନ୍‌ସିଲ୍‌ଭାନିଆ ସ୍ଥିତ କୋର୍ଟ । ତାଙ୍କ ବିରୋଧରେ ୧୭ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଥିଲେ ମଧ୍ୟ ଏଥିମଧ୍ୟରୁ ୩ଜଣଙ୍କ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ବାକି ୧୪ଟି ହତ୍ୟାକାଣ୍ଡରେ ସେ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇନଥିଲେ ମଧ୍ୟ କୋର୍ଟ ଏଭଳି ଏକ ପାଶବିକ ଘଟଣାରେ ଦୋଷୀ ହାରିସନ୍ ପ୍ରେସ୍ଡିଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି । ୩ଟି ହତ୍ୟାକାଣ୍ଡ ଘଟଣାରେ ୩ଥର ଆଜୀବନ କାରାଦଣ୍ଡ ସହ ୩୮୦-୭୬୦ ବର୍ଷ ଯାଏ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ସୂଚନାଯୋଗ୍ୟ, ହେଥର ପ୍ରେସ୍‌ଡି ଭାବେ ନିଯୁକ୍ତ ଥିବା ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ସେ ଡାକ୍ତରଙ୍କ ବିନା ପରାମର୍ଶରେ ଏବଂ ଗୁପ୍ତରେ ମାତ୍ରାଧିକ ଇନ୍‌ସୁଲିନ୍ ଦେଉଥିଲେ । ଫଳରେ ଓଭର ଡୋଜ୍ ଯୋଗୁ ରୋଗୀଙ୍କ ମୃତ୍ୟୁ ହେଉଥିବା ପରବର୍ତ୍ତୀ ସମୟରେ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡୁଥିଲା । ତେବେ କିଏ ଓ କାହିଁକି ରୋଗୀମାନଙ୍କୁ ଏପ୍ରକାର ଇନ୍‌ସୁଲିନ୍ ଓଭରଡୋଜ୍ ଦେଉଛି ସେନେଇ ତଦନ୍ତ ହେବା ସମୟରେ ରାତି ସିଫ୍ଟ ସମୟରେ କମ୍ କର୍ମଚାରୀ ଥିବା ସମୟରେ ପ୍ରେସ୍‌ଡି ହିଁ ଏସବୁ କରୁଥିବା ଜଣାପଡିଥିଲା । କେବଳ ସେତିକି ନୁହେଁ, ପ୍ରେସ୍‌ଡି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଅତ୍ୟନ୍ତ ଖରାପ ବ୍ୟବହାର କରିବା ନେଇ ମଧ୍ୟ ବାରମ୍ବାର ଅଭିଯୋଗ ହେଉଥିଲା । ତେବେ ଏସବୁ ହତ୍ୟା ଘଟଣାରେ ମାମଲା ରୁଜୁ ହେବା ପରେ ତାଙ୍କ ନର୍ସିଂ ଲାଇସେନ୍ସକୁ ରଦ୍ଦ କରିଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking