22.1 C
Bhubaneswar
Friday, January 10, 2025
Homeଓଡିଶାପ୍ରବଳ ଖରା : କଟକକୁ ରେଡ୍ ଓ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ

ପ୍ରବଳ ଖରା : କଟକକୁ ରେଡ୍ ଓ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ଵର : ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ କଟକକୁ ରେଡ୍ ଆଲର୍ଟ ଜାରି କରାଯାଇଥିବାବେଳେ ଭୁବନେଶ୍ଵରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗରମ ଏବଂ ଗୁଳୁଗୁଳି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଉଛି। ଘରୁ ବାହାରିବା ବି ମୁସ୍କିଲ ହୋଇପଡିଛି। ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଛି ପାରଦ। ୪୧.୪ ଡିଗ୍ରୀ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝରରେ ୪୧, ଭୁବନେଶ୍ଵରରେ ୪୦.୪ , ଝାରସୁଗୁଡାରେ ୩୯.୮, ହୀରାକୁଦ ଓ ରାଉରକେଲାରେ ୩୯, ସମ୍ବଲପୁରରେ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସକାଳ ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଥିଲା। ୩୬ ଡିଗ୍ରୀ ସହ ବାରିପଦା ଓ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଆଦ୍ରତା ପାଖାପାଖି ୭୫ ପ୍ରତିଶତ ରହିଛି। ପୁରୀ, ଗୋପାଳପୁର ଓ ପାରାଦୀପରେ ଆଦ୍ରତା ୭୫ ପ୍ରତିଶତ ଉପରେ ରହିଥିବା ନେଇ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି। ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking