34.1 C
Bhubaneswar
Friday, October 18, 2024
Homeଓଡିଶାପାର୍କରେ ଲୋକଙ୍କ ଦୁଃଖ ସୁଖ ବୁଝୁଛନ୍ତି ସୁଶାନ୍ତ ଓ ମନ୍ମଥ

ପାର୍କରେ ଲୋକଙ୍କ ଦୁଃଖ ସୁଖ ବୁଝୁଛନ୍ତି ସୁଶାନ୍ତ ଓ ମନ୍ମଥ

ଭୁବନେଶ୍ବର : ଆରମ୍ଭ ହୋଇଛି ନିର୍ବାଚନୀ ପ୍ରଚାର । ପ୍ରାର୍ଥୀମାନେ ଲୋକଙ୍କ ପାଖକୁ ଯାଇ ପ୍ରଚାରକୁ ଜୋରଦାର କରିଛନ୍ତି । ଭୁବନେଶ୍ବର ୱାର୍ଡ ନମ୍ବର ୧୫ ଏକାମ୍ର କାନନ ପାର୍କରେ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା । ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ, ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଓ ମେୟର ସୁଲୋଚନା ଦାସ ଏକାମ୍ର ପାର୍କରେ ବୁଲି ଲୋକଙ୍କ ସହ ସମ୍ପର୍କ ଯୋଡି ଆଶୀର୍ବାଦ ଲୋଡିଛନ୍ତି। ଏହାସହ ଏକାମ୍ର କାନନ ପରିସରରେ ବୁଲି ଲୋକଙ୍କ ସହ କଥା ହୋଇ ସୁଖ ଦୁଃଖ ବୁଝୁଛନ୍ତି ମନ୍ମଥ ଓ ସୁଶାନ୍ତ । ମାଆ, ମାଉସୀ ଓ ବରିଷ୍ଠ ନାଗରିକମାନେ ମନ୍ମଥଙ୍କୁ କୋଳେଇ ନେଇ ଆର୍ଶୀବାଦ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମର ସଦସ୍ୟ ହୋଇଥିବାରୁ ଲୋକ ଭଲପାଇବା ଦେଉଛନ୍ତି । ଏହି ଆଶୀବାଦ ଓ ସ୍ନେହକୁ ନେଇ ନିର୍ବାଚନରେ ବିଜୟଲାଭ କରିବେ ବୋଲି କହିଛନ୍ତି ମନ୍ମଥ ରାଉତରାୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking