17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶପାକିସ୍ତାନରେ ଡାକ୍ତର ସଂକଟ; ଚିକିତ୍ସା ଅଭାବରୁ ଦୈନିକ ପ୍ରାଣ ହରାଉଛନ୍ତି ୭୦୦୦ ଶିଶୁ

ପାକିସ୍ତାନରେ ଡାକ୍ତର ସଂକଟ; ଚିକିତ୍ସା ଅଭାବରୁ ଦୈନିକ ପ୍ରାଣ ହରାଉଛନ୍ତି ୭୦୦୦ ଶିଶୁ

ଇସଲାମାବାଦ: ପାକିସ୍ତାନରୁ ସଦାସର୍ବଦା ଆତଙ୍କବାଦଜନିତ ସମ୍ବାଦ ସାମ୍ନାକୁ ଆସିଥାଏ । କେତେକାଂଶରେ ପାକିସ୍ତାନରେ ଦେଖାଦେଇଥିବା ଅର୍ଥନୈତିକ ତଥା ଖାଦ୍ୟ ସଂକଟ ତଥା ପାକିସ୍ତାନ ଦେବାଳିଆ ହେବାର ଦ୍ୱାରଦେଶରେ ଉପନୀତ ହୋଇଥିବା ନେଇ ମଧ୍ୟ ସମ୍ବାଦ ସାମ୍ନାକୁ ଆସିଥାଏ । ଏହିକ୍ରମେ ପାକିସ୍ତାନରେ ବଢ଼ୁଥିବା ଦରଦାମ୍ ସମ୍ପର୍କରେ ମଧ୍ୟ ଅଳ୍ପବହୁତେ ସମସ୍ତେ ଜାଣିବାକୁ ପାଇଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି ଯାହାକି ପାକିସ୍ତାନର ଉତ୍କଟ ସ୍ଥିତିକୁ ପଦାରେ ପକାଇଦେଇଛି । ରିପୋର୍ଟ ଅନୁସାରେ ପାକିସ୍ତାନରେ ଏବେ ଡାକ୍ତରଙ୍କ ଘୋର ସଂକଟ ସ୍ଥିତି ଉତ୍ପନ୍ନ ହୋଇଛି ।

ପାକିସ୍ତାନରେ ଡାକ୍ତରୀ ବୃତ୍ତିରେ ନୂଆ ନିଯୁକ୍ତି ମିଳୁନଥିବା ବେଳେ ଯଦି ବା କେହି ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି ତେବେ ସେମାନେ ବାହାର ଦେଶରେ ନିଜର ପେଶାଦାର କ୍ୟାରିଅର ଗଢ଼ିବାକୁ ଇଚ୍ଛା ପ୍ରକଟ କରୁଛନ୍ତି ଏବଂ ଦେଶ ଛାଡି ଚାଲିଯାଉଛନ୍ତି । ଯାହାକି ପାକିସ୍ତାନର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଛି । ସୂଚନାଯୋଗ୍ୟ, ପାକିସ୍ତାନରେ ଏବେ ଡାକ୍ତରଙ୍କ ଅଭାବ ବିଶେଷ କରି ଶିଶୁ ବିଶେଷଜ୍ଞ ବା ସର୍ଜନଙ୍କ ଘୋର ଅଭାବ ପରିଲକ୍ଷିତ ହେଉଛି । ଠିକ୍ ସମୟରେ ସଠିକ୍ ଚିକିିତ୍ସା ପାଇପାରୁନଥିବା କାରଣରୁ ପାକିସ୍ତାନରେ ଏବେ ଦୈନିକ ପ୍ରାୟ ୭୦୦୦ ଶିଶୁ ବା ନବଜାତକ ପ୍ରାଣ ହରାଉଛନ୍ତି । ଏହିକ୍ରମେ ବର୍ଷକୁ ଅନ୍ୟୂନ ୨୫ଲକ୍ଷ ଶିଶୁ, ନବଜାତକ ତଥା କିଶୋର ବୟସର ପିଲା ମୃତ୍ୟୁବରଣ କରୁଛନ୍ତି । ତେବେ ଏଥିମଧ୍ୟରୁ ୧୫୦ ଶିଶୁୂ ଏପରି ଅଛନ୍ତି ଯେଉଁମାନେ ଜନ୍ମସମୟରେ ଅସ୍ୱାଭାବିକ ପ୍ରକ୍ରିୟା ଅନ୍ତର୍ଗତ ମୃତ୍ୟୁମୁଖରେ ପଡୁଛନ୍ତି ।

ଡାକ୍ତରୀ ସେବା ମିଳୁନଥିବାରୁ ଏପରି ଘଟୁଛି । ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍ ସର୍ଜନ୍ ଅଫ୍ ପାକିସ୍ତାନ (ଏପିଏସ୍‌ପି)ର ସଭାପତି ପ୍ରଫେସର ଡକ୍ଟର ମହମ୍ମଦ ଅର୍ଶଦ, ପାକିସ୍ତାନରେ ଶିଶୁ ମୃତ୍ୟୁଜନିତ ଏପ୍ରକାର ବିକଳ ସ୍ଥିତିକୁ ଉଜାଗର କରିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯଦି ପାକିସ୍ତାନର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିଶୁରୋଗ ବିଶେଷଜ୍ଞଙ୍କ ନିଯୁକ୍ତି କରାଯାଇପାରନ୍ତା ତେବେ ମୃତ୍ୟୁମୁଖରେ ପଡୁଥିବା ଏହି ପିଲମାନଙ୍କ ମଧ୍ୟରୁ ୯୦%ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଜୀବନ ରକ୍ଷା ସମ୍ଭବପର ହୋଇପାରନ୍ତା ବୋଲି ଡକ୍ଟର ମହମ୍ମଦ ଅର୍ଶଦ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking