34.1 C
Bhubaneswar
Friday, October 18, 2024
Homeଓଡିଶାଭୟଙ୍କର ଅଗ୍ନିକାଣ୍ଡ: ସୁନା, ରୁପା ସହ ଜଳିଗଲା ୧୦ଲକ୍ଷ ଟଙ୍କାର ସମ୍ପତ୍ତି

ଭୟଙ୍କର ଅଗ୍ନିକାଣ୍ଡ: ସୁନା, ରୁପା ସହ ଜଳିଗଲା ୧୦ଲକ୍ଷ ଟଙ୍କାର ସମ୍ପତ୍ତି

ଗୋପ: ଗୋପ ଥାନା ଅଧିନ ବୀରତୁଙ୍ଗ ପଞ୍ଚାୟତ ସ୍ଥିତ କଣ୍ଟି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସୁନା ରୁପା ସହ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଥିବାବେଳେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ଓ ଆଉ ଗୋଟିଏ ଗାଈ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ବୀରତୁଙ୍ଗ ପଞ୍ଚାୟତ କଣ୍ଟି ଗ୍ରାମର ପ୍ରମୋଦ ମଲ୍ଲିକ୍ ଓ ତାଙ୍କ ପରିବାର ଶୋଇଥିବା ବେଳେ ଗତାକାଲି ବିଳମ୍ବିତ ରାତିରେ କୌଣସି କାରଣ ବଶତଃ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁଟି ହଠାତ୍ ଜୋର୍‌ରେ ଜଳିବାକୁ ଲାଗିଥିବାବେଳେ ଜୀବନ ବିକଳରେ ପ୍ରମୋଦ ଓ ତାଙ୍କ ୫ ଝିଅ ଓ ପତ୍ନୀ ଘର ବାହାରକୁ ଚାଲି ଆସିଥିବାବେଳେ ନିଆଁ କ୍ରମଶଃ ବୃଦ୍ଧି ପାଇ ୪ ବଖରା ଘର ସହ ଗୁହାଳ ମଧ୍ୟ ଜଳିବାକୁ ଲାଗିଥିଲା ।

ପରବର୍ତ୍ତୀ ଅବସ୍ଥାରେ ଘରେ ଥିବା ଗ୍ୟାସ ଟାଙ୍କି ଫାଟି ଘର ସଂପୂର୍ଣ୍ଣ ଭାବେ ଭସ୍ମୀଭୂତ ହୋଇଯାଇଥିଲା । ତେବେ ପ୍ରମୋଦ ଝିଅ ବିବାହ ଲାଗି ରଖିଥିବା ଖଟ, ଗଡ଼୍ରେଜ, ଟିଭି, ଫ୍ରିଜ୍ ଓ ଅନ୍ୟାନ୍ୟ ବୈଦୁତିକ ଉପକରଣ ସହ ଲୁଗାପଟା, ସୁନା ରୁପା ଆଦି ସଂପୂର୍ଣ୍ଣ ଭାବେ ପୋଡ଼ିଯାଇଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ବସନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚିଥିଲେ ମଧ୍ୟ ପ୍ରମୋଦଙ୍କ ସଂପୂର୍ଣ୍ଣ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ଆନୁମାନିକ ୧୦ଲକ୍ଷ ଟଙ୍କାର ସଂପତ୍ତି କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଥିବାବେଳେ ପ୍ରମୋଦଙ୍କୁ ସରକାରୀ ସହାୟତା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି । ଅପରପକ୍ଷେ ପ୍ରମୋଦଙ୍କ ପରିବାର ନିକଟରେ ସ୍ୱେଚ୍ଛାସେବୀ ସଂଗଠନ ସେବକର ସଭାପତି ଆଲୋକ ଜେନାଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ପହଞ୍ଚି ପରିବାରକୁ ଜରିପାଲ ସହ ରାସନ ସାମଗ୍ରୀ ପ୍ରଦାନ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking