18.1 C
Bhubaneswar
Monday, November 25, 2024
Homeଓଡିଶାଉତ୍ତର ଘୁମୁସର ବନଖଣ୍ଡରେ ହାତୀର ମୃତ୍ୟୁ, ଅସୁସ୍ଥ ଥିବା ସନ୍ଦେହ

ଉତ୍ତର ଘୁମୁସର ବନଖଣ୍ଡରେ ହାତୀର ମୃତ୍ୟୁ, ଅସୁସ୍ଥ ଥିବା ସନ୍ଦେହ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ବେରୁହାଁବାଡି ଗାଁକୁ ଲାଗି ରହିଥିବା ଚନ୍ଦ୍ରଗିରି ଜଙ୍ଗଲରେ ରବିବାର ଏକ ଦନ୍ତାର ମୃତ୍ୟୁ ଘଟିଛି । ସକାଳେ, ହାତୀଟି ଗାଁକୁ ଲାଗି ରହିଥିବା ଜଳାଶୟରେ ଦୀର୍ଘ ସମୟ ଧରି ଧରି ଠିଆହୋଇ ରହିଥିଲା । ବନ ବିଭାଗ ମଧ୍ୟ ଦୀର୍ଘ ସମୟ ଧରି ହାତୀକୁ ଜଗି ରହିଥିଲେ । କିଛି ସମୟ ପରେ ହାତୀଟି ନିକଟସ୍ଥ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିଲା । ପରେ ପରେ ଜଙ୍ଗଲ ଭିତରେ ହାତୀଟିର ମୃତ୍ୟୁ ହୋଇଥିଲା । ତେବେ ଅସୁସ୍ଥତା କାରଣରୁ ହାତୀର ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ମୃତ ହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ, ସକାଳେ ବେରୁହାଁବାଡି ଗାଁ ନିକଟରେ ହାତୀଟି ଅସ୍ୱାଭାବିକ ଭାବେ ଦୀର୍ଘ ସମୟଧରି ଠିଆହୋଇ ରହିଥିଲା । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ଦେଖିଥିଲେ । ବନ ବିଭାଗ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା । ପ୍ରାୟ ୬/୭ ଘଣ୍ଟା ପରେ ହାତୀଟି ସଂରକ୍ଷିତ ଜଙ୍ଗଲ ଆଡକୁ ଯାଇଥିଲା । ସେଠାରେ ତା’ର ମୃତ୍ୟୁ ହୋଇଥିଲା । ତେବେ ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ହାତୀଟିକୁ ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ହେବ । ଗତ ଦୁଇଦିନ ପୂର୍ବରୁ ହାତୀଟି ଅନ୍ୟ ବନଖଣ୍ଡରୁ ଆସିଥିବା ସନ୍ଦେହ କରାଯାଉଛି । ସନ୍ଧ୍ୟାରେ ଆଞ୍ଚଳିକ ବନ ସଂରକ୍ଷକ ଘଟଣା ସ୍ଥଳରେ ପହଞ୍ôଚ ଅନୁଧ୍ୟାନ କରିଛନ୍ତି । ସୋମବାର ଦିନ ଯୁଗ୍ମ ଅନୁଧ୍ୟାନକାରୀ ଟିମ୍ ଏବଂ ବିଶେଷଜ୍ଞ ଦଳଙ୍କ ଉପସ୍ଥିତିରେ ତଦନ୍ତ କରାଯାଇଥିଲା । ତଦନ୍ତ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking