25.1 C
Bhubaneswar
Saturday, October 26, 2024
Homeଖେଳଟେଷ୍ଟ ସିରିଜ୍‌ରୁ ଆହତ ମୁଶଫିକୁର୍ ରହିମ୍ ବାଦ୍‌

ଟେଷ୍ଟ ସିରିଜ୍‌ରୁ ଆହତ ମୁଶଫିକୁର୍ ରହିମ୍ ବାଦ୍‌

ଢାକା: ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି)ର ତୃତୀୟ ସଂସ୍କରଣ ଦୃଷ୍ଟିରୁ ଏହି ସିରିଜ୍ ଦୁଇ ଟିମ୍ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ତେବେ ସିରିଜ୍ ଆରମ୍ଭ ପୂର୍ବରୁ ବାଂଲାଦେଶକୁ ଏକ ବଡ଼ ଧକ୍କା ଲାଗିଛି । ଟିମ୍‌ର ଅଭିଜ୍ଞ ଖେଳାଳି ମୁଶଫିକୁର୍ ରହିମ୍ ଆହତ କାରଣରୁ ବାଦ୍ ପଡ଼ିଛନ୍ତି । ତାଙ୍କ ଡାହାଣ ହାତ ଆଙ୍ଗୁଠି ଫ୍ରାକ୍‌ଚର୍ ହୋଇଛି । ତେବେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ବର୍ତ୍ତମାନ ସୁଦ୍ଧା ତାଙ୍କ ବଦଳ ଖେଳାଳି ଘୋଷଣା କରିନାହିଁ । ବିସିବି ଏକ ବୟାନ ଜାରିକରି ମୁଶଫିକୁର୍ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ୍‌ରୁ ବାଦ୍ ପଡ଼ିଥିବା ସମ୍ପର୍କରେ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ମୁଶଫିକୁର୍‌ଙ୍କୁୂ ଏହି ଆଘାତ ଲାଗିଥିଲା । ପରେ ଏମ୍‌ଆର୍‌ଆଇରୁ ତାଙ୍କ ଆଙ୍ଗୁଠି ଫ୍ରାକ୍‌ଚର୍ ହୋଇଥିବା ଜଣାପଡ଼ିଥିଲା । ରହିମ୍ ଅନ୍ତିମ ଦିନିକିଆରେ ୩୭ ରନ୍‌ର ଅପରାଜିତ ଇନିଂସ୍ ଖେଳି ଟିମ୍‌କୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ବିଜୟ ସହ ଟିମ୍ ୨-୧ରେ ସିରିଜ୍ ଜିତିଥିଲା । ଏବେ ଟେଷ୍ଟ୍ ସିରିଜ୍‌ରୁ ତାଙ୍କର ବାଦ୍ ପଡ଼ିବା ଟିମ୍ ପାଇଁ ବଡ଼ ଧକ୍କା ସଦୃଶ୍ୟ ହୋଇଛି । ଦୁଇ ଟିମ୍ ମଧ୍ୟରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ସିଲହଟ୍‌ରେ ୨୨ ତାରିଖରୁ ଖେଳାଯିବ । ଏହାପରେ ମାର୍ଚ୍ଚ ୩୦ରୁ ଚଟ୍ଟୋଗ୍ରାମରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking