23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶ୨୧ ଜଣ ନାବିକ ଓ କର୍ମଚାରୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

୨୧ ଜଣ ନାବିକ ଓ କର୍ମଚାରୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ଲୋହିତ ସାଗରରେ ହୁତି ମାନଙ୍କର ଆକ୍ରମଣ ବଢ଼ିବାରେ ଲାଗିଛି । ଲୋହିତ ସାଗରରେ ଆସୁଥିବା ପ୍ରାୟତଃ ଜାହାଜ ଉପରେ ଆକ୍ରମଣ କରୁଛନ୍ତି ହୁତି । କେତେକ ଜାହାଜକୁ ମଧ୍ୟ ଲୋହିତ ସାଗରରେ ଅଟକ ରଖୁଛନ୍ତି । ସୂଚନା ଅନୁସାରେ, ଗତ ବୁଧବାର ଲୋହିତ ସାଗରରେ କୁଏତରୁ ଆମେରିକାକୁ ଅଶୋଧିତ ତୈଳ ନେଇ ଆସୁଥିବା ଜାହାଜ ଉପରେ ହୁତି ମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହେବାସହିତ କେତେ ଜଣ ଗୁରୁରତ ମଧ୍ୟ ହୋଇଛନ୍ତି ।ଏନେଇ ଭାରତୀୟ ନୌସେନା ପକ୍ଷରୁ ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯାଇଛି। ସୂଚନାନୁସାରେ, ବୁଧବାର ଆଦେନ୍‌ ଉପସାଗରରେ ବାରବାଡୋସ୍‌ର ଏକ ପଣ୍ୟବାହୀ ଜାହାଜ ‘ଏମ୍‌ଭି ଟ୍ରୁ କନ୍‌ଫିଡେନ୍‌ସ’ ଉପରେ ହୁତି ବିଦ୍ରୋହୀ ମିସାଇଲ୍‌ ଆକ୍ରମଣ କରିଥିଲେ। ଆକ୍ରମଣରେ ଜାହାଜର ବ୍ୟାପକ କ୍ଷତି ହୋଇଥିଲା । ୩ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିବା ସହ ୪ଜଣ ଆହତ ହୋଇଥିଲେ। ଆରବସାଗରରେ ପଇଁତରା ମାରୁଥିବା ଆଇଏନ୍‌ଏସ୍‌ କୋଲକାତାକୁ ‘ସହାୟତା ଅନୁରୋଧ’ ଅପରାହ୍‌ଣ ୪ଟା ୪୫ ମିନିଟ୍‌ରେ ପହଞ୍ଚିଥିଲା। ଜାହାଜ ତୁରନ୍ତ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ସହ ହେଲିକପ୍ଟର ଓ ବୋଟ ଦ୍ବାରା ଆହତ କର୍ମଚାରୀଙ୍କୁ ପ୍ରଥମେ ଚିକିତ୍ସା ସହାୟତା ପଠାଇଥିଲା। ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଜୁବୁଟିକୁ ପଠାଯାଇଥିଲା। ବୁଧବାର ସକାଳେ ହୁତି ବିଦ୍ରୋହୀଙ୍କ ଆକ୍ରମଣର ଶିକାର ହୋଇଥିବା ଲିବେରିଆର ଏମ୍‌ଏସ୍‌ସି ସ୍କାଏ-୨ ନାମକ ଅନ୍ୟ ଏକ ପଣ୍ୟବାହୀ ଜାହାଜକୁ ଭାରତୀୟ ନୌସେନାର ଜାହାଜ ଆଇଏନ୍‌ଏସ୍‌ କୋଲକାତା ସହାୟତା ପ୍ରଦାନ କରିଥିଲା ବୋଲି ଭାରତୀୟ ନୌସେନାର ମୁଖପାତ୍ର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking