26.1 C
Bhubaneswar
Saturday, September 21, 2024
Homeମନୋରଞ୍ଜନ‘ଡନ-୩’ ଚଳଚ୍ଚିତ୍ର ପାଇଁ ସର୍ବାଧିକ ପାରିଶ୍ରମିକ ନେଉଛନ୍ତି କିଆର

‘ଡନ-୩’ ଚଳଚ୍ଚିତ୍ର ପାଇଁ ସର୍ବାଧିକ ପାରିଶ୍ରମିକ ନେଉଛନ୍ତି କିଆର

ମୁମ୍ବାଇ: ବଲିଉଡର ସିନେ ନିର୍ଦ୍ଦେଶକ ଫରହାନ ଅଖତର ସୋସିଆଲ ମିଡିଆରେ ‘ଡନ୍‌-୩’ ଚଳଚ୍ଚିତ୍ର ସଂପର୍କରେ ପୋଷ୍ଟ କରି ଫିଲ୍ମରେ ଶାହରୁଖ୍‌ ଖାନ୍‌ଙ୍କ ସ୍ଥାନ‌ ରଣବୀର ସିଂହ ନେଉଥିବା ଜଣାଇଥିଲେ | ତାଙ୍କର ଏହି ଘୋଷଣା ସୋସିଆଲ ମିଡ଼ିଆରେ ଝଡ ସୃଷ୍ଟି କରିଥିଲା | ଶାହରୁଖଙ୍କ ବିନା ଡନ୍‌ ଅଧୁରା ବୋଲି ତାଙ୍କ ପ୍ରଶଂସକ କହିବା ଆରମ୍ଭ କରିଥିଲେ | ତେବେ ଫିଲ୍ମ ଘୋଷଣା ହେବା ପରଠୁ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏଥିରେ ଥିବା ଅଭିନେତ୍ରୀ କିଆରା ଆଡଭାନୀଙ୍କ ପାରିଶ୍ରମିକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ମିଳିଥିବା ସୂଚନାନୁସାରେ କିଆରା ଆଡଭାନୀ ଏହି ଫିଲ୍ମ ପାଇଁ ସବୁଠୁ ଅଧିକ ପାରିଶ୍ରମିକ ନେଉଛନ୍ତି | ଏହା ପୂର୍ବରୁ ସେ କୌଣସି ଫିଲ୍ମ ପାଇଁ ଏତେ ଅଧିକ ପାରିଶ୍ରମିକ ନେଇନଥିଲେ | ଏବେ ତାଙ୍କର ଲୋକପ୍ରିୟତା ବଢିବା ସହ ସେ ‘ଡନ୍‌-୩’ ପାଇଁ ୧୩କୋଟି ଟଙ୍କା ନେଉଥିବା ସାମ୍ନାକୁ ଆସିଛି | ‘ୱାର-୨’ରେ ବି କିଆର ଥିବା ବେଳେ ଏହି ଫିଲ୍ମରେ ସେ ‘ଡନ୍‌-୩’ଠାରୁ କମ ପାରିଶ୍ରମିକ ନେଇଥିବା କୁହାଯାଉଛି | ତେବେ ଫରହାନ ଅଖତର ପ୍ରଥମ ଦୁଇଟି ‘ଡନ୍’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ଏବଂ ବୋମାନ ଇରାନୀଙ୍କ ସହ ଶାହରୁଖ ଖାନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପ୍ରଥମ ‘ଡନ୍’ ଅମିତାଭ ବଚ୍ଚନଙ୍କ ୧୯୭୮ ମସିହା ଫିଲ୍ମର ରିମେକ୍‌ ଥିଲା। ବିଗ୍‌ ବିଙ୍କ ଫିଲ୍ମ ପରି କିଙ୍ଗ୍‌ ଖାନ୍‌ଙ୍କର ବି ଦୁଇଟି ଯାକ ଫିଲ୍ମ ହିଟ୍‌ ହୋଇଥିଲା।୨୦୧୧ ମସିହାରେ ‘ଡନ୍‌-୨’ ରିଲିଜ୍‌ ହେବା ପରଠାରୁ ପ୍ରଶଂସକମାନେ ‘ଡନ୍‌-୩’ ନିର୍ମାଣ କରିବାକୁ ନିର୍ଦ୍ଦେଶକଙ୍କୁ ନିବେଦନ କରିଥିଲେ। ତେବେ କୁହାଯାଉଛି ଯେ ଫର୍‌ହାନ୍‌ ଫିଲ୍ମ‌‌ରେ ଶାହରୁଖ୍‌ଙ୍କୁ ନେବାକୁ ଇଚ୍ଛା ରଖିଥିଲେ ଓ ସେ ଶାହରୁଖ୍‌ଙ୍କୁ ‘ଡନ୍‌-୩’ ପାଇଁ ପ୍ରସ୍ତାବ ‌ବି ଦେଇଥିଲେ। ହେଲେ କିଙ୍ଗ୍‌ ଖାନ୍‌ ଅନ୍ୟ ବଡ଼ ପ୍ରକଳ୍ପରେ ବ୍ୟସ୍ତ ଥିବାରୁ ଫର୍‌ହାନ୍‌ଙ୍କୁ ସମୟ ଦେବାକୁ ମନା କରିଦେବା ପରେ ସେ ରଣବୀରଙ୍କୁ ବାଛିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking