28.1 C
Bhubaneswar
Saturday, October 19, 2024
Homeଓଡିଶାଆସନ୍ତାକାଲିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

ଆସନ୍ତାକାଲିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତାକାଲିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଆଜି କମିଶନରେଟ୍ ପୋଲିସ ପକ୍ଷରୁ କାର୍କେଡ୍ ରିହର୍ସାଲ ହେବ । ବିମାନ ବନ୍ଦରରୁ ରାଜଭବନ ଓ ସେଠାରୁ ଉକ୍ରଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ କାରକେଡ୍ ରିହର୍ସାଲ କରାଯିବ । ରିହର୍ସାଲରେ ୨୮ଟି ଗାଡି ବ୍ୟବହାର କରାଯିବ । ରାଷ୍ଟ୍ରପତି ଯିବା ସମୟରେ ପ୍ରଥମେ କାର, ତାପରେ ଟେକ୍ନୋ କାର, ପାଇଲଟ୍ କାର, ଭିଆଇପି କାର ଆଦି ଯିବ । ବୁଧବାର ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିିବେ । ପ୍ରୋଟୋକଲ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ସ୍ୱାଗତ କରିବେ । ତା’ପରେ ବିମାନ ବନ୍ଦର ପରିସରରେ ଗାର୍ଡ ଅପ୍ ଅନର ପ୍ରଦାନ କରାଯିବ । ସେଠାରୁ ରାଜଭବନ ଯିବେ ରାଷ୍ଟ୍ରପତି । ସେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୟୂରଭଂଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଯିବେ । ତାଙ୍କ ଯିବା ଆସିବା ସମୟରେ ଏକାସଙ୍ଗେ ତିନିଟି ହେଲିକପ୍ଟର ବ୍ୟବହାର ହେବ । ରାଷ୍ଟ୍ରପତି ସୁରକ୍ଷାକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ୩୦ ପ୍ଲାଟୁନ୍ ଫୋର୍ସ ସହ ୧୫୦ରୁ ଅଧିକ ଅଫିସର ନିୟୋଜିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking