34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସାମର୍ଥ୍ୟ ବଢ଼ାଉଛି ଭାରତୀୟ ନୌସେନା

ସାମର୍ଥ୍ୟ ବଢ଼ାଉଛି ଭାରତୀୟ ନୌସେନା

ନୂଆଦିଲ୍ଲୀ:  ଭାରତ ମହାସାଗରରେ ଚୀନ୍ ଏବଂ ପାକିସ୍ତାନର ବଢ଼ୁଥିବା ସାମରିକ କାର୍ଯ୍ୟକଳାପ ତଥା ଗତିବିଧିକୁ ଦୃଷ୍ଟିରେ ରଖି ଭାରତ ଏବେ ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛି । ରିପୋର୍ଟ ଅନୁସାରେ ଭାରତ ଏବେ ଏହି ଦୁଇ ପାରମ୍ପରିକ ଶତ୍ରୁ ରାଷ୍ଟ୍ରଙ୍କୁ କଡା ଜବାବ ଦେବା ଉଦ୍ଦେଶ୍ୟରେ ଭାରତ ଏବେ ସମୁଦ୍ର ଗର୍ଭରେ ୫୦୦ କିମି ରେଞ୍ଜ୍ ବିଶିଷ୍ଟ ଏକ କ୍ରୁଜ୍ କ୍ଷେପଣାସ୍ତ୍ର (ଏସ୍‌ଏଲ୍‌ସିଏମ୍‌)ର ପରୀକ୍ଷଣ କରିବ । ଏହାକୁ ଏକ ସବମେରାଇନ୍‌ରୁ ଲଞ୍ଚ୍ କରାଯିବ ଏବଂ ଏହାର ଟାର୍ଗେଟ୍ ହିଟିଂ କ୍ଷମତାର ଯାଞ୍ଚ୍ କରାଯିବ । ଏସମ୍ପର୍କରେ ଗତ ୧୬ତାରିଖରେ ଭାରତୀୟ ନୌସେନା ଘୋଷଣା କରିଥିଲା ।

ଗତ ଏକ ବର୍ଷ ପୂର୍ବେ ମଧ୍ୟ ଭାରତ ଏପ୍ରକାର ଏକ କ୍ରୁଜ୍ ମିସାଇଲର ପରୀକ୍ଷଣ କରିଥିଲା । କିନ୍ତୁ ସେତେବେଳେ ଏହାର କ୍ଷମତା ରେଞ୍ଜ୍ ୪୦୨ କିମି ଦୂରତା ରହିଥିଲା । ଯଦି ଏବେ ଏହି ୫୦୦ କିମି ରେଞ୍ଜ ପରୀକ୍ଷଣ ସଫଳ ହୁଏ ତେବେ ଆଗାମୀ ଦିନରେ ଭାରତୀୟ ସେନା ୮୦୦ କିମି ରେଞ୍ଜ୍ ବିଶିଷ୍ଟ କ୍ରୁଜ୍ ମିସାଇଲ୍‌ର ପରୀକ୍ଷଣ କରିବାକୁ ଯୋଜନା ପ୍ରସ୍ତୁତ କରିବ ବୋଲି ଜଣାପଡିଛି । ତେବେ ୫୦୦ କିମି ରେଞ୍ଜ୍ ବିଶିଷ୍ଟ କ୍ରୁଜ୍ ମିସାଇଲ୍ ପରୀକ୍ଷଣ ସଫଳ ହେଲେ ଉଭୟ ଚୀନ୍ ଏବଂ ପାକିସ୍ତାନର ଅନେକ ବଡ଼ ବଡ଼ ସହର ସ୍ୱତଃ ଭାରତୀୟ ସେନାର ଟାର୍ଗେଟ୍‌କୁ ଆସିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking