17.7 C
Bhubaneswar
Friday, December 27, 2024
Homeଦେଶ ବିଦେଶଅତ୍ୟଧିକ ମଦ୍ୟପାନ କରୁଥିବା ଦେଶ

ଅତ୍ୟଧିକ ମଦ୍ୟପାନ କରୁଥିବା ଦେଶ

ନୂଆଦିଲ୍ଲୀ: ଶତାବ୍ଦୀ ଶତାବ୍ଦୀ ଧରି ମଦ୍ୟପାନ ସହିତ ମଣିଷ ଜଡିତ । ଭାରତ ସମେତ ସମଗ୍ର ବିଶ୍ୱରେ ଲୋକମାନେ ମଦ୍ୟପାନ କରିଥାଆନ୍ତି । ପ୍ରତିବର୍ଷ କୋଟି କୋଟି ଟଙ୍କାର ମଦ ବିକ୍ରି କରାଯାଏ । କଣ ଆପଣ ଜାଣନ୍ତି କେଉଁ ଦେଶର ଲୋକମାନେ ଅଧିକ ମଦ୍ୟପାନ କରନ୍ତି? ତେବେ ଆସନ୍ତୁ ଜାଣିବା ସେହି ଦେଶ ବିଷୟରେ ଯେଉଁ ଦେଶର ଲୋକମାନେ ଅଧିକ ମଦ୍ୟପାନ କରନ୍ତି ।ବିଶ୍ୱ ଜନସଂଖ୍ୟା ସମୀକ୍ଷାର ରିପୋର୍ଟ ଅନୁଯାୟୀ, ବିଶ୍ୱରେ ସର୍ବାଧିକ ମଦ୍ୟପାନ କରୁଥିବା ଲୋକ ଲାତବିୟା ଦେଶରେ ବାସ କରନ୍ତି । ଏଠାରେ ପ୍ରତିବର୍ଷ ଜଣେ ବ୍ୟକ୍ତି ହାରାହାରି ୧୩.୧୯ ଲିଟର ମଦ ପିଅନ୍ତି । ଦ୍ଵିତୀୟରେ ରହିଛି ମୋଲ୍ଦୋବା ଦେଶ । ଏଠାରେ ଜଣେ ବ୍ୟକ୍ତି ବର୍ଷକୁ ୧୨.୮୫ ଲିଟର ମଦ୍ୟପାନ କରିଥାଆନ୍ତି । ସେହିପରି ତୃତୀୟ ସ୍ଥାନରେ ରହିଛି ଜର୍ମାନୀ । ଏଠାରେ ଜଣେ ବ୍ୟକ୍ତି ବର୍ଷକୁ ୧୨.୭୯ ଲିଟର ମଦ୍ୟପାନ କରନ୍ତି । ସେହିପରି ଚତୁର୍ଥରେ ରହିଛି ଲିଥୁଆନିୟା । ଏଠାରେ ଜଣେ ବ୍ୟକ୍ତି ବର୍ଷକୁ ୧୨.୭୮ ଲିଟର ମଦ୍ୟପାନ କରନ୍ତି । ଅନ୍ୟପଟେ ପଞ୍ଚମ ସ୍ଥାନରେ ରହିଛି ଆୟର୍ଲାଣ୍ଡ ରହିଛି । ଏଠାରେ ଜଣେ ବ୍ୟକ୍ତି ବର୍ଷକୁ ୧୨.୭୫ ଲିଟର ମଦ ପିଇଥାଆନ୍ତି ।ଅର୍ଥନୈତିକ ଅନୁସନ୍ଧାନ ଏଜେନ୍ସି ICRIER ଏବଂ ଆଇନ ପରାମର୍ଶଦାତା ସଂସ୍ଥା PLR ଚାମ୍ବରସର ଏକ ରିପୋର୍ଟ ଅନୁଯାୟୀ ଭାରତରେ ପ୍ରାୟ ୧୬ କୋଟି ଲୋକ ମଦ୍ୟପାନ କରିଥାଆନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସଂଖ୍ୟାର ୯୫ ପ୍ରତିଶତ ପୁରୁଷ ଅଟନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୮ ରୁ ୪୯ ବର୍ଷ ବୟସର ପୁରୁଷମାନେ ବେଶି ମଧ୍ୟପାନ କରନ୍ତି । ଏହା ବ୍ୟତୀତ ଏହି ରିପୋର୍ଟରେ ପାଞ୍ଚ ପ୍ରତିଶତ ମହିଳା ଅଛନ୍ତି । ଯେଉଁମାନେ ମଦ୍ୟପାନ କରନ୍ତି ।CRISIL ନାମକ ଏକ ସର୍ଭେ କମ୍ପାନୀ ୨୦୨୦ରେ ସାରା ଦେଶରେ ଏକ ସର୍ଭେ କରିଥିଲା ​​। ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ଆମ ଦେଶରେ ପାଞ୍ଚଟି ରାଜ୍ୟ ଅଛି ଯେଉଁଠାରେ ସର୍ବାଧିକ ପରିମାଣର ମଦ୍ୟପାନ କରାଯାଏ । ସେହି ରାଜ୍ୟ ମାନଙ୍କରୁ ପ୍ରଥମେ ରହିଛି ଛତିଶଗଡ । ଏହି ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ୩୫.୬ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି | ସେହିପରି ଦ୍ଵିତୀୟରେ ରହିଛି ତ୍ରିପୁରା । ଏଠାରେ ସମୁଦାୟ ଜନସଂଖ୍ୟାର ୩୪.୭ ପ୍ରତିଶତ ଲୋକ ମଦ୍ୟପାନ କରିଥାଆନ୍ତି | ଅନ୍ୟପଟେ ତୃତୀୟରେ ରହିଛି ଆନ୍ଧ୍ରପ୍ରଦେଶ । ଏଠାରେ ସମୁଦାୟ ଜନସଂଖ୍ୟାର ୩୪.୫ ପ୍ରତିଶତ ଲୋକ ନିୟମିତ ମଦ୍ୟପାନ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking