23.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶପୋଖରୀକୁ ଖସିଲା ଟ୍ରାକ୍ଟର, ୨୪ ମୃତ

ପୋଖରୀକୁ ଖସିଲା ଟ୍ରାକ୍ଟର, ୨୪ ମୃତ

କାସଗଞ୍ଜ: ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୨୪ଜଣଙ୍କ ଅକାଳ ମୃତ୍ୟୁ ହେବା ଭଳି ଅଘଟଣ ସମ୍ପର୍କରେ ସୂଚନା ମିଳିଛି । ତେବେ ମୃତକଙ୍କ ମଧ୍ୟରେ ୮ଜଣ ମହିଳା ରହିଥିବା ବେଳେ ୭ ଶିଶୁ ରହିଥିବା କୁହାଯାଇଛି । ଦୁର୍ଘଟଣା ସମୟରେ ଟ୍ରାକ୍ଟର ଟ୍ରଲିରେ ପ୍ରାୟ ୫୪ଜଣ ଶ୍ରଦ୍ଧାଳୁ ସବାର ହୋଇଥିଲେ । ଏମାନେ ସମସ୍ତେ ଏଟାର ଜୈଥର ଅଞ୍ଚଳର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ମାଘ ପୂର୍ଣ୍ଣମା ପାଇଁ ଗଙ୍ଗାବୁଡ ପକାଇବା ଉଦ୍ଦେଶ୍ୟରେ ଏମାନେକାସଗଞ୍ଜର କାଦରଗଞ୍ଜ ଘାଟ ଅଭିମୁଖେ ଯାଉଥିଲେ । ତେବେ ଟ୍ରାକ୍ଟର ଚାଳକ ଦ୍ରୁତଗତିରେ ଗାଡି ଚଲାଉଥିବା ବେଳେ ନିୟନ୍ତ୍ରଣ ହରାଇବା କାରଣରୁ ଏହି ଅଘଟଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।

ଟ୍ରାକ୍ଟରଟି ରାସ୍ତା ପାଶ୍ୱର୍ରେ ଥିବା ଏକ ପୋଖରୀକୁ ଖସିପଡିବା ଫଳରେ ଟ୍ରାକ୍ଟର ଟ୍ରଲିରେ ଥିବା ଅନେକ ଶ୍ରଦ୍ଧାଳୁ ଏହା ତଳେ ଦବି ଯାଇଥିଲେ । ଫଳରେ ଅନେକ ଲୋକଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପ୍ରଶାସନ ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ ପୁଲିସ୍ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ୨୫ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୨୪ଜଣଙ୍କ ମୃତଦେହ ପୋଖରୀ ମଧ୍ୟରୁ ଉଦ୍ଧାର କରାଯାଇଥିଲେ ମଧ୍ୟ ବାକି ୫ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଫଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଅନ୍ୟପକ୍ଷେ ଏମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନଥିବାରୁ ମୃତକଙ୍କ ସଂଖ୍ୟା ଆଗକୁ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ପଟିଆଲି-ଦରିୟାଗଞ୍ଜ ମାର୍ଗରେ ଅପରାହ୍ନ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଡ୍ରାଇଭରଙ୍କ ମଧ୍ୟ ଏହି ଘଟଣାରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତାହତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ଶବ ସେମାନଙ୍କ ଗାଁରେ ପହଞ୍ôଚବା ପରେ ଜୈଥର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking