32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶନିର୍ବାଚନକୁ ଓହ୍ଲାଇବେ ଶରଦ ପାୱାର , ଦଳକୁ ମିଳିଲା ନୂଆ ନାଁ ସହ ଦଳୀୟ ଚିହ୍ନ

ନିର୍ବାଚନକୁ ଓହ୍ଲାଇବେ ଶରଦ ପାୱାର , ଦଳକୁ ମିଳିଲା ନୂଆ ନାଁ ସହ ଦଳୀୟ ଚିହ୍ନ

ବ୍ୟୁରୋ : ପୁଣି ନୂଆ ନାମ ତଥା ଚିହ୍ନ ସହ ନିର୍ବାଚନକୁ ଓହ୍ଲାଇବେ ଶରଦ ପାୱାର । ଅଜିତ ପାୱାରଙ୍କ ଗୋଷ୍ଠୀକୁ ଏନସିପିର ଦଳୀୟ ଚିହ୍ନ ମିଳିଥିବା ବେଳେ ଶରଦ ପାୱାରଙ୍କ ଗୋଷ୍ଠୀକୁ ତୁରନ୍ତ ନୂଆ ଚିହ୍ନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ସପ୍ତାହରେ ନିର୍ବାଚନ କମିଶନ ଅଜିତ ପାୱାରଙ୍କ ଗୋଷ୍ଠୀକୁ ଦଳୀୟ ଚିହ୍ନ ଘଣ୍ଟା ମଧ୍ୟ ପ୍ରଦାନ କରିଥିଲେ । ଏହାପରେ ଶରଦ ପାୱାରଙ୍କ ଗୋଷ୍ଠୀଙ୍କୁ ନୂଆ ନାଁ ସହ ଦଳୀୟ ଚିହ୍ନ ମିଳିଛି । ଶରଦ ପାୱାରଙ୍କ ନୂଆ ପାର୍ଟି ନାଁ ‘ଏନସିପି ଶରଦ ଚନ୍ଦ୍ର ପାୱାର’ ରହିଛି। ତାଙ୍କ ଦଳୀୟ ଚିହ୍ନ ହିସାବରେ ଜଣେ ବ୍ୟକ୍ତି ତୁରୀ(ପେଁକାଳି) ଫୁଙ୍କୁଥିବାର ଦେଖିବାକୁ ମିଳୁଛି। ଶରଦ ଚନ୍ଦ୍ର ପାୱାର ନିଜ ସୋଶାଲ ମିଡିଆରେ ଏ ସମ୍ପର୍କୀତ ଏକ ପୋଷ୍ଟ ଶେଆର କରି ନୂଆ ଚିହ୍ନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସେ ଲେଖିଛନ୍ତି, ମୋତେ ଗୋଟିଏ ତୁରୀ ଦିଅନ୍ତୁ, ମୁଁ ଆତ୍ମାର ସହ ତାହାକୁ ଫୁଙ୍କିବି। ଛତ୍ରପତି ଶିବାଜୀ ମହାରାଜାଙ୍କ ପ୍ରଗତିଶୀଳ ବିଚାର, ଆଦର୍ଶ ସହ ଦିଲ୍ଲୀ ସିଂହାସନ ହଲାଇବା ନିମନ୍ତେ ପୁଣି ଥରେ ବିଗୁଲ ବଜାଇବାକୁ ପ୍ରସ୍ତୁତ ଅଛୁ। ଗତବର୍ଷ ଜୁନ ମାସରୁ ଏନସିପି ଦୁଇ ଫାଳ ହୋଇ ଯାଇଥିଲା। ଏହାପରେ ଶରଦ ପାୱାରଙ୍କ ଗୋଷ୍ଠୀ ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ। ହେଲେ ବାଚସ୍ପତି ଉକ୍ତ ଆବେଦନକୁ ଅଗ୍ରାହ୍ୟ କରି ଅଜିତ ପାୱାର ଓ ତାଙ୍କ ସହ ଥିବା ବିଧାୟକମାନେ ହିଁ ପ୍ରକୃତ ଏନସିପି ବୋଲି ସେ କହିଥିଲେ ।ବିଦ୍ରୋହ ପୂର୍ବରୁ ଏନସିପିର ମୋଟ ୫୩ ଜଣ ବିଧାୟକ ଥିଲେ। ହେଲେ ଅଜିତ ପାୱାରଙ୍କ ସହ ୪୧ ଜଣ ବିଧାୟକ ଦଳର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଛାଡି ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ଗଠନ କରିଥିବା ସରକାରରେ ସାମିଲ ହୋଇଯାଇଛନ୍ତି। ଶରଦ ପାୱାରଙ୍କ ଗୋଷ୍ଠୀ ପାଖରେ କେବଳ ୧୨ ଜଣ ବିଧାୟକ ରହି ଯାଇଥିଲ। ତେଣୁ ଅଜିତ ପାୱାରଙ୍କ ଗୋଷ୍ଠୀକୁ ରିୟଲ ଏନସିପି ଦଳର ମାନ୍ୟତା ସହ ଦଳୀୟ ଚିହ୍ନ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking