29.1 C
Bhubaneswar
Saturday, July 27, 2024
Homeଓଡିଶାପରୀକ୍ଷାକୁ ଯିବା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ପରୀକ୍ଷାକୁ ଯିବା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ଭଦ୍ରକ: ପରୀକ୍ଷାକୁ ଯିବା ପୂର୍ବରୁ ଆତ୍ମହତ୍ୟା କଲେ ପରୀକ୍ଷାର୍ଥୀ । ଆତ୍ମହତ୍ୟା କରିଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ । ମାଉସୀଙ୍କ ଘରେ ରହି ପାଠ ପଢୁଥିଲେ । ମାଉସୀଙ୍କ ଶାଢ଼ୀ ରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଆଜି ମାଟ୍ରିକ୍ ପରୀକ୍ଷାର ଦ୍ୱିତୀୟ ଦିନ । ଇଂରାଜୀ ପରୀକ୍ଷା ହେବାର ଥିଲା । ଛାତ୍ରଙ୍କ ନିଜ ଘର ମୟୁରଭଞ୍ଜ ଜିଲ୍ଲାର ଉଦଳା ସ୍ଥିତ ରାଢ଼ ଗ୍ରାମ ବୋଲି ସୂଚନା । ତେବେ ମୃତକ ଛାତ୍ର ଅଭିଷେକ ପଣ୍ଡା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଜାହାଙ୍ଗିର ଶାସନ ଗାଁରେ ମାଉସୀଙ୍କ ଘରେ ରହି ପଢୁଥିଲେ । ସେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ପରୀକ୍ଷା ଦେଇଥିଲେ । ଇଂରାଜୀ ପରୀକ୍ଷା ଘର ଲୋକ ଅଭିଷେକ ଘର କବାଟ ବାଡେଇଥିଲେ ଘର ଲୋକ । କିନ୍ତୁ ସକାଳୁ କବାଟ ନ ଖୋଲିବାରୁ ଘର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଂଚି ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା । ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଠ ହୋଇନଥିବା ବେଳେ ପରୀକ୍ଷାର ଚାପ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking