24.4 C
Bhubaneswar
Sunday, December 22, 2024
Homeଦେଶ ବିଦେଶମାର୍ଚ୍ଚ ୬ରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ମାର୍ଚ୍ଚ ୬ରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

କୋଲକାତା : ଆସନ୍ତା ୬  ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ଅଞ୍ଚଳକୁ ଆସିବା କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ମୋଦୀ ଏଠାରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ମହିଳାଙ୍କ ସହ ସିଧାସଳଖ କଥା ମଧ୍ୟ ହେବେ ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମ୍‌ଦାର ଗୁରୁବାର ଏସମ୍ପର୍କରେ ସୂଚନା ଦେଇଛନ୍ତି । ମଜୁମ୍‌ଦାରଙ୍କ କହିବାନୁସାରେ ମୋଦୀ, ଆସନ୍ତା ୬ ତାରିଖରେ ବାରାସାତ୍ ଅଞ୍ଚଳରେ ଏକ ମହିଳା ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଯଦି ସନ୍ଦେଶଖାଲି ଅଞ୍ଚଳର ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାକୁ ଇଚ୍ଛା ବ୍ୟକ୍ତ କରନ୍ତି ତେବେ ପ୍ରଦେଶ ବିଜେପି ଏଥିପାଇଁ ବ୍ୟବସ୍ଥ୍‌ା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

ତେବେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଗସ୍ତ ଅବସରରେ ସନ୍ଦେଶଖାଲି ଅଞ୍ଚଳର ମହିଳାମାନଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି ବୋଲି ମଜୁମଦାର କହିଛନ୍ତି । ଏହି ଅବସରରେ ପ୍ରଦେଶ ବିଜେପି ପକ୍ଷରୁ ଏକ ୨୦ମିନିଟ୍ ୪୧ ସେକେଣ୍ଡ ଅବଧିର ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏଥିରେ ସନ୍ଦେଶଖାଲିର ମହିଳାମାନେ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନେତା ଶାହାଜହାନ୍ ଓ ତାଙ୍କ ୨ ସହଯୋଗୀ ଶିବପ୍ରସାଦ ହାଜରା ଓରଫ ଶିବୁ ହାଜରା ଏବଂ ଉତ୍ତମ ସର୍ଦ୍ଦାରଙ୍କ ଯୌନ କେଳେଙ୍କାରୀ ସମ୍ପର୍କରେ କହୁଥିବାର ଦେଖିବାକୁ ଓ ଶୁଣିବାକୁ ମିଳିଛି ।

ଏମାନଙ୍କ ଯୌନ ଶୋଷଣ ତଥା ଉତ୍ପୀଡନର ପୁରା କଳା ଚିଠାକୁ ଏହି ଭିଡିଓ ମାଧ୍ୟମରେ ପୀଡ଼ିତାମାନେ ଖୋଲିଦେଇଛନ୍ତି । ଶାହାଜହାନ୍ ଶେଖ୍‌, ଶିବୁ ହାଜରା ଏବଂ ଉତ୍ତମ ସର୍ଦ୍ଦାରଙ୍କ ସମର୍ଥକମାନେ ଆସି ୧୮ରୁ ୪୦ ବର୍ଷ ବୟସର ସୁନ୍ଦର ମହିଳା, ଯୁବତୀଙ୍କୁ ଘରୁ ଜୋରଜବରଦସ୍ତି ଉଠାଇ ନେଇଯାଉଥିବା ଏବଂ ସେମାନଙ୍କୁ କେଉଁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇ ସେମାନଙ୍କ ସହ ଶାରୀରିକ ଶୋଷଣ କରୁଥିବା ମହିଳାମାନେ ଅଭିଯୋଗ କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ସନ୍ଦେଶଖାଲି ଅଞ୍ଚଳରେ ବେଆଇନ୍ ଭାବେ ଜମି ହଡପ୍ କରିବା ଉଦ୍ଦେଶ୍ୟରେ ସେମାନଙ୍କ ପ୍ରତି ଏପ୍ରକାର ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଟିଏମ୍‌ସିର ଏହି ୩ ନେତା ଦୀର୍ଘ ୧୧ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସନ୍ଦେଶଖାଲି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀବର୍ଗର ପରିବାରଙ୍କୁ ନାନା ପ୍ରକାର ହଇରାଣ ହରକତ କରିବା, ପରିବାରର ପୁରୁଷ ସଦସ୍ୟଙ୍କୁ ମାଡ ମାରି ମିଛ ଅଭିଯୋଗରେ ଜେଲ୍‌ରେ ବନ୍ଦ କରାଇବା ଏବଂ ମହିଳାଙ୍କ ପ୍ରତି ପାଶବିକ ଅତ୍ୟାଚାର କରିବା ଜାରି ରଖିଆସିଛନ୍ତି ।

ତେବେ ସବୁଆଡୁ ଚାପ ପଡିବା ପରେ ପ.ବଙ୍ଗ ପୁଲିସ୍ ବର୍ତ୍ତମାନ ସୁଦ୍ଧା କେବଳ ଶିବୁ ହାଜରା ଏବଂ ଉତ୍ତମ ସର୍ଦ୍ଦାରଙ୍କୁ ଗିରଫ କରିଛି । ଅନ୍ୟପକ୍ଷେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣା ପରଠାରୁ ଶାହାଜହାନ୍ ଶେଖ୍ ବର୍ତ୍ତମାନ ସୁଦ୍ଧା ଫେରାର ରହିଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ସର୍ଚ୍ଚ ଅପରେସନ ଚାଲୁଥିବା ପୁଲିସ୍ କହିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିନାହିଁ । ବିଜେପି ପକ୍ଷରୁ ଜାରି ଏହି ଭିଡିଓର କ୍ୟାପସନ୍‌ରେ ଉଲ୍ଲେଖ କରାଯାଇଛି ଯେ, ‘ସନ୍ଦେଶଖାଲିର ଏପରି ଏକ ନିଚ୍ଛକ ସତ ଯାହା ସମସ୍ତଙ୍କ ଅନ୍ତର ଆତ୍ମାକୁ କ୍ଷତବିକ୍ଷତ କରିିଦେବ । କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଦଳର ସମ୍ମାନ ବଞ୍ଚାଇବା ପାଇଁ ଏବଂ ନିଜ ଦଳର ଏହି ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ଏପ୍ରକାର ଏକ ଅମାନବୀୟ ଘଟଣାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking