32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣାରେ ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା

ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣାରେ ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା

ନୂଆଦିଲ୍ଲୀ : ଗୁଜରାଟ ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣାରେ ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା । ଆଇପିଏଲ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପଚରା-ଉଚରା ପାଇଁ ନୋଟିସ୍ ଜାରି କରିଛି ସୁରଟ ପୁଲିସ । ତାନିଆଙ୍କ ଆତ୍ମହତ୍ୟା ଘଟଣାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ମୃତ୍ୟୁ ପୂର୍ବରୁ ସେ ଶେଷ ଫୋନ୍ କଲ ଅଭିଷେକଙ୍କୁ କରିଥିଲେ । ତାନିଆଙ୍କ କଲ ଡିଟେଲରୁ ଏହା ସ୍ପଷ୍ଟ ହୋଇଛି। କେବଳ ସେତିକି ନୁହେଁ ତାନିଆଙ୍କ ଫୋନରୁ ସୁରଟ ପୁଲିସଙ୍କୁ ଅଭିଷେକଙ୍କ ସହ ତାଙ୍କର ଫଟୋଗ୍ରାଫ୍ ଏବଂ ମେସେଜେ ମିଳିଛି ।ରବିବାର ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଲେ ମଡେଲ୍ ତାନିଆ ସିଂହ । ରବିବାର ବିଳମ୍ବିତ ରାତିରେ ଘରକୁ ଫେରିଥିଲେ ତାନିଆ । ସୋମବାର ସକାଳୁ ପରିବାର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ତବ୍ଧ ହୋଇ ଯାଇଥିଲେ । ପ୍ରେମ ପ୍ରସଙ୍ଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking