ଦୁବାଇ: ପୂର୍ବତନ ଭାରତୀୟ କ୍ରିକେଟର୍ ଲାଲ୍ଚାନ୍ଦ ରାଜପୁର ୟୁଏଇ ପୁରୁଷ ଜାତୀୟ ଟିମ୍ର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ତିନିବର୍ଷ ପାଇଁ ସେ ଏହି ପଦରେ ରହିବେ । ଭାରତ ପାଇଁ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଓ ୪ଟି ଦିନିକିଆ ମ୍ୟାଚ୍ ଖେଳିଥିବା ରାଜପୁତ ଅବସର ନେବାପରେ କୋଚିଂରେ ମନୋନିବେଶ କରିଥିଲେ ଏବଂ ଭାରତର ସବୁଠୁ କୁଶଳ ଘରୋଇ କୋଚ୍ ମଧ୍ୟରୁ ଅନ୍ୟତମ ହୋଇଛନ୍ତି । ୨୦୦୭ରେ ଆଇସିସି ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଟିମ୍ର କୋଚ୍ ମଧ୍ୟ ଥିଲେ ।
ଏହା ବ୍ୟତୀତ ସେ ୨୦୧୬-୧୭ରେ ଆଫଗାନିସ୍ତାନ ଟିମ୍ର ମୁଖ୍ୟ କୋଚ୍ ରହିଥିଲେ । ତାଙ୍କ କାର୍ଯ୍ୟକାଳରେ ଆଫଗାନିସ୍ତାନକୁ ଆଇସିସି ଦ୍ୱାରା ଟେଷ୍ଟ୍ ମାନ୍ୟତା ମିଳିଥିଲା । ଏହାପରେ ସେ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଜିମ୍ବାୱେ ପୁରୁଷ ଟିମ୍ ସହିତ କାମ କରିଥିଲେ । ଏହି ଅବସରରେ ସେ ଜିମ୍ବାୱେକୁ ୨୦୨୨ ଟି-୨୦ ବିଶ୍ୱକପ୍ ଯୋଗ୍ୟତା ଅର୍ଜନରେ ସହାୟତା କରିଥିଲେ । ଏବେ ସେ ୟୁଏଇ କ୍ରିକେଟ୍କୁ ଆଗକୁ ବଢ଼ାଇବା ପାଇଁ ପ୍ରସ୍ତୁତ । ୟୁଏଇ ମୁଖ୍ୟ କୋଚ୍ ନିଯୁକ୍ତ ହେବାପରେ ଲାଲଚାନ୍ଦ ରାଜପୁର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ ଏମିରେଟ୍ସ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି ।