34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଲେ ସାଂସଦ ଶଶି ଥରୁର

ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଲେ ସାଂସଦ ଶଶି ଥରୁର

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ତଥା ଜାତିସଂଘର ପୂର୍ବତନ କୂଟନୀତିଜ୍ଞ ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ‘ସେଭେଲିୟର୍ ଡି ଲା ଲେଜନ୍ ଡି’ହୋନୁର୍’ ପ୍ରଦାନ କରାଯାଇଛି । ଏକ କାର୍ଯ୍ୟକ୍ରମରେ ଫ୍ରାନ୍ସ ସିନେଟ ଅଧ୍ୟକ୍ଷ ଜେରାଡ ଲାର୍ଚରଙ୍କ ଦ୍ୱାରା ଥରୁରଙ୍କୁ ସମ୍ମାନିତ କରାଯାଇଛି । ଫ୍ରାନ୍ସ ସରକାର ଅଗଷ୍ଟ ୨୦୨୨ ରେ ଥରୁରଙ୍କୁ ଏହି ପୁରସ୍କାର ଦେବାକୁ ଘୋଷଣା କରିଥିଲେ । ଏହି ସମ୍ମାନ ପାଇଁ ଥରୁର ଫ୍ରାନ୍ସକୁ ଧନ୍ୟବାଦ ଦେଇଛନ୍ତି । ଏହି ସମ୍ମାନ ପାଇବା ପରେ ଶଶି ଥରୁର କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, ଫ୍ରାନ୍ସର ଲୋକ, ସେମାନଙ୍କର ଭାଷା, ସଂସ୍କୃତି ଏବଂ ବିଶେଷକରି ସେମାନଙ୍କର ସାହିତ୍ୟ ଏବଂ ସିନେମାକୁ ପ୍ରଶଂସା କରୁଥିବା ବ୍ୟକ୍ତି ଭାବେ ମୁଁ ଆଜି ଆପଣଙ୍କ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଥିବାରୁ ମୁଁ କୃତଜ୍ଞ ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking