34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପାକ୍ତିସ୍ତାନରେ ଗଢ଼ାହେବ ମିଳିତ ସରକାର

ପାକ୍ତିସ୍ତାନରେ ଗଢ଼ାହେବ ମିଳିତ ସରକାର

ବ୍ୟୁରୋ : ଦୀର୍ଘଦିନର ଟଣାଓଟରା ପରେ ପାକିସ୍ତାନରେ ଗଢାହେବ ସରକାର । ପାକିସ୍ତାନରେ ମିଳିତ ସରକାର ଗଢିବ ପିପିପି ଓ ପିଏମ୍‌ଏଲ୍‌-ଏନ୍ । ପିପିପି ଚେୟାରମ୍ୟାନ୍ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ସୂଚନା । ସରକାର ଗଠନ ପାଇଁ ୨ ଦଳ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିବା ସୂଚନା ମିଳିଛି । ପାକିସ୍ତାନରେ ପିପୁଲ୍ସ ପାର୍ଟି ଓ ପାକିସ୍ତାନର ମୁସଲିମ୍ ଲିଗ୍ – ନୱାଜ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିବା ସୂଚନା ମିଳିଛି ।  ପାକିସ୍ତାନରେ ଶେହବାଜ ସରିଫ୍  ହେବେ ପଧାନମନ୍ତ୍ରୀ ଏବଂ ଅସିଫ୍ ଜର୍ଦ୍ଦାରୀ ହେବେ ରାଷ୍ଟ୍ରପତି ବୋଲି ସୂଚନା ରହିଛି ।୨୪ କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଫେବ୍ରୁଆରୀ ୮ରେ ଭୋଟିଂ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲ୍‌ରେ ଥିବାବେଳେ ତାଙ୍କ ଦଳକୁ ଅବୈଧ ଘୋଷଣା କରିଥିଲେ ନିର୍ବାଚନ କମିଶନ। ଫଳରେ ଇମ୍ରାନଙ୍କ ସମର୍ଥିତ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିଲେ। ତେଣୁ ପାକିସ୍ତାନ ମୁସଲିମ ଲିଗ୍ ନୱାଜ (PML-N)ର ନୱାଜ ଶରିଫ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (PPP)ର ବେଞ୍ଜିର ଭୁଟ୍ଟୋଙ୍କ ମଧ୍ୟରେ ଲଢେଇ ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ପିଟିଆଇର ସ୍ୱାଧୀନ ପ୍ରାର୍ଥିମାନେ ସବୁ କଳ୍ପନା ଜଳ୍ପନାକୁ ଭୁଲ୍ ପ୍ରମାଣିତ କରି ଏକାକୀ ସର୍ବାଧିକ ସିଟ୍‌ ହାସଲ କରିଥିଲେ। ମାତ୍ର ପିଟିଆଇ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରି ନ ଥିବା ବେଳେ ଏବେ ପାକିସ୍ତାନରେ PPP ଓ PML-N ମେଣ୍ଟ ସରକାର ଗଠନ ହେବ ବୋଲି ସ୍ପଷ୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking