28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଜୟଲଳିତାଙ୍କ ଅବୈଧ ସମ୍ପତ୍ତି ମାମଲା, ଅଳଙ୍କାର ନେବାକୁ ୬ଟି ବାକ୍ସ ଆଣିବାକୁ ସରକାରଙ୍କୁ ନିର୍ଦ୍ଦେଶ

ଜୟଲଳିତାଙ୍କ ଅବୈଧ ସମ୍ପତ୍ତି ମାମଲା, ଅଳଙ୍କାର ନେବାକୁ ୬ଟି ବାକ୍ସ ଆଣିବାକୁ ସରକାରଙ୍କୁ ନିର୍ଦ୍ଦେଶ

ବେଙ୍ଗାଲୁରୁ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅବୈଧ ସମ୍ପତ୍ତି ତଥା ସୁନା ଅଳଙ୍କାର ଠୁଳ ମାମଲାରେ କୋର୍ଟର ରାୟ ଆସିଛି । ବେଙ୍ଗାଲୁରୁର ସିଭିଲ ଓ ସେସନ୍ସ କୋର୍ଟ ଏହି ବେଆଇନ ଭାବେ ଅର୍ଜନ ହୋଇଥିବା ଗହଣାକୁ ତାମିଲନାଡୁ ସରକାରକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦିଷ୍ଟ ତାରିଖ ଜଣାଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ଦିବଂଗତ ଜୟଲଳିତାଙ୍କ ସୁନାର ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର ଅଦାଲତର କଷ୍ଟଡିରେ ରହିଛି । ସହରର ୩୬ତମ ସିଟି ସିଭିଲ୍ ଏବଂ ସେସନ୍ସ କୋର୍ଟର ବିଚାରପତି ଆରଟିଆଇ କାର୍ଯ୍ୟକର୍ତ୍ତା ଟି. ନରସିଂହମୂର୍ତ୍ତିଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ । ଏହି ହସ୍ତାନ୍ତର ପ୍ରକ୍ରିୟା ପାଇଁ ୬ ଓ ୭ ମାର୍ଚ୍ଚକୁ ସ୍ଥିର କରିଛନ୍ତି କୋର୍ଟ ଏବଂ ସେହି ଦୁଇ ଦିନରେ ଅନ୍ୟ କୌଣସି ମାମଲାର ଶୁଣାଣି ନକରିବାକୁ ବିଚାରପତି ନିଷ୍ପତ୍ତି ନେଇଛନ୍ତି ।

ଜଜ୍ ତାଙ୍କ ଆଦେଶରେ କହିଛନ୍ତି ଯେ ‘ସୁନା ଅଳଙ୍କାର ସଂଗ୍ରହ ପାଇଁ ଜଣେ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ମୁଖ୍ୟ ସଚିବ, ଗୃହ ବିଭାଗ, ତାମିଲନାଡୁ ସରକାର ଏବଂ ତାମିଲନାଡୁର ଆଇଜିପି ସେହି ବ୍ୟକ୍ତି (ଅଧିକାରୀ)ଙ୍କ ସହିତ ଯିବେ । ଏପରିକି ଫଟୋଗ୍ରାଫର, ଭିଡିଓଗ୍ରାଫର ଏବଂ ୬ଟି ବଡ ବାକ୍ସ (ଟ୍ରଙ୍କ)କୁ ଆବଶ୍ୟକ ସୁରକ୍ଷା ସହିତ ଆଣି ସ୍ୱର୍ଣ୍ଣ ଅଳଙ୍କାର ନେଇ ଯାଆନ୍ତୁ । ତାମିଲନାଡୁର ଡିଏସପି ଏହି ବିଷୟକୁ ଗୃହ ବିଭାଗର ମୁଖ୍ୟ ସଚିବଙ୍କ ସଂଜ୍ଞାନରେ ଜଣାଇବା ଆବଶ୍ୟକ । ବିଚାରପତି ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ମାମଲାରେ ସ୍ଥାନୀୟ ପୋଲିସ ଦ୍ୱାରା ସିଭିଲ କୋର୍ଟରେ ଦୁଇ ଦିନ ଆବଶ୍ୟକ ସୁରକ୍ଷା ଯୋଗାଇବା ପାଇଁ କୋର୍ଟ ରେଜିଷ୍ଟ୍ରାର ପଦକ୍ଷେପ ନେବା ଉଚିତ । ଏହା ସହ ବିଚାରପତି ଶୁଣାଣିକୁ ମାର୍ଚ୍ଚ ୬, ୨୦୨୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏହି ମାମଲା ସହିତ ଜଡିତ ଥିବା ଓକିଲ କହିଛନ୍ତି ଯେ ‘ତାମିଲନାଡୁ ସରକାର ଏହି ଘଟଣାର ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ଖର୍ଚ୍ଚ କରିଥିବା ୫ କୋଟି ଟଙ୍କା ପୂର୍ବରୁ ଡିଡି ଆକାରରେ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପ୍ରକ୍ରିୟା ଏବେ ବି ସମ୍ପୂର୍ଣ୍ଣ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking