28.1 C
Bhubaneswar
Friday, September 20, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି

ପାଚିକା ଓ ସହାୟିକା ମାନଙ୍କ କାର୍ଯ୍ୟକାଳ ମଧ୍ୟରେ
ମୃତ୍ୟୁ ଘଟିଲେ ୧ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କା ରୁ ୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ ସହାୟିକା ଉପକୃତ ହେବେ। ଏଥି ପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହା ସହିତ ପାଚିକା ଏବଂ ସହାୟିକା ଯଦି ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପଞ୍ଚାବନ ହଜାର ବିଦ୍ୟାଳୟରେ କାମ କରୁଥିବା ଏକ ଲକ୍ଷ ଦଶ ହାଜର ପାଚିକା ଓ ସହାୟିକା ଉପକୃତ ହେବେ। ଏହି ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବେ ଅକ୍ଟୋବର 2023 ରୁ ଲାଗୁ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking