18.1 C
Bhubaneswar
Thursday, January 9, 2025
Homeଓଡିଶାଏମ୍‌କେସିଜି ମେଡ଼ିକାଲ କଲେଜରେ ରାଗିଂ ଘଟଣା : ୪ ଛାତ୍ରଙ୍କୁ କ୍ୟାମ୍ପସ୍‌ରୁ ବ୍ୟାନ୍

ଏମ୍‌କେସିଜି ମେଡ଼ିକାଲ କଲେଜରେ ରାଗିଂ ଘଟଣା : ୪ ଛାତ୍ରଙ୍କୁ କ୍ୟାମ୍ପସ୍‌ରୁ ବ୍ୟାନ୍

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ କଲେଜରେ ଛାତ୍ରଙ୍କୁ ରାଗିଂ ଘଟଣାରେ ୪ ସିନିୟର ଛାତ୍ରକୁ କ୍ୟାମ୍ପସ ମନା । ଗତ ୯ ତାରିଖ ବିଳମ୍ବିତ ରାତିରେ କଲେଜର ଦ୍ବିତୀୟ ବର୍ଷର ଛାତ୍ର ରୁଦ୍ର ରାଉତଙ୍କୁ ରାଗିଂ ସହ ଆକ୍ରମଣ ହୋଇଥିଲା ।ଏହି ରାଗିଂ ଘଟଣାରେ ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଟି ରାଗିଂ କମିଟି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଘଟଣାରେ ସମ୍ପୃକ୍ତ ୪ ସିନିୟର ଛାତ୍ରଙ୍କୁ କ୍ୟାମ୍ପସ୍‌ରୁ ବ୍ୟାନ୍ କରାଯାଇଛି । ଚତୁର୍ଥ ବର୍ଷ ଛାତ୍ର ଷ୍ଟାଲିନ୍ ମହାପାତ୍ର ଓ ଜ୍ୟୋତିପ୍ରକାଶ ରାଉତ ୨ମାସ ପର୍ୟ୍ୟନ୍ତ କ୍ୟାମ୍ପସରେ ପ୍ରବେଶ କରିପାରିବେ ନାହିଁ । ଉଭୟଙ୍କୁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍‌କୁ ନଆସିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।ସେହିଭଳି ରାଗିଂକୁ ପ୍ରସୟ ଦେବା ଅଭିଯୋଗରେ ଚତୁର୍ଥ ବର୍ଷ ଛାତ୍ର ସୂର୍ୟ୍ୟକାନ୍ତ ନାୟକ ଓ ରମେଶ ସେଠୀଙ୍କୁ ଦୁଇ ସପ୍ତାହ ପାଇଁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍‌କୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ କଲେଜର ଓ ହସ୍ପିଟାଲର ଡିନ୍ ପ୍ରଫେସର୍ ଡାକ୍ତର ସନ୍ତୋଷ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking