26.1 C
Bhubaneswar
Saturday, September 21, 2024
Homeଓଡିଶାଏସସିବିରେ ବିରଳ ଅପରେସନ; ୫୧ ବର୍ଷୀୟ ରୋଗୀଙ୍କ ହୃତପିଣ୍ଡରୁ ବାହାରିଲା ଛୁଞ୍ଚି

ଏସସିବିରେ ବିରଳ ଅପରେସନ; ୫୧ ବର୍ଷୀୟ ରୋଗୀଙ୍କ ହୃତପିଣ୍ଡରୁ ବାହାରିଲା ଛୁଞ୍ଚି

କଟକ : କଟକ ଏସିବିରେ ବିରଳ ଅସ୍ତ୍ରୋପଚାର। ଛାତିରୁ ବାହାରିଲା ଛୁଞ୍ଚି । କାଡିଓ ଥୋରସିସ ଭାସ୍କଲ୍ଲାର ସର୍ଜରି ବିଭାଗ ପକ୍ଷରୁ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ୫୧ ବର୍ଷ ବୟସ୍କ ନିବାସ ଶର୍ମା ଖଟ ଉପରେ ଶୋଇଥିବାବେଳେ ଛାତି ଭିତରେ ଏକ ଛୁଞ୍ଚି ପଶିଯାଇଥିଲା । ତାଙ୍କୁ ପ୍ରଥମେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ନିବାସଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କାଡିଓ ଥେରାସିସି ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଅସ୍ତ୍ରୋପଚାର ପାଇଁ ଟିମ୍ ଗଠନ କରାଯାଇଥିଲା । ୧୦ ଜଣିଆ ଟିମ୍ ଏହି ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ତାଙ୍କ ଛାତିରୁ ଛୁଞ୍ଚିକୁ ବାହାର କରାଯାଇଥିଲା। ଏବେ ନିବାସଙ୍କ ସ୍ଟାସ୍ଥ୍ୟବସ୍ଥା ସ୍ଥିର ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking