31.1 C
Bhubaneswar
Friday, October 18, 2024
Homeଅପରାଧସମ୍ପର୍କରେ କଳଙ୍କ; ଖୁଡିକୁ ଦୁଷ୍କର୍ମ କରି ପୁତୁରା ଗିରଫ

ସମ୍ପର୍କରେ କଳଙ୍କ; ଖୁଡିକୁ ଦୁଷ୍କର୍ମ କରି ପୁତୁରା ଗିରଫ

ଢେଙ୍କାନାଳ: ସମ୍ପର୍କରେ ଲାଗିଲା କଳଙ୍କ । ନିଜ କାମନାର ଲାଳସାରେ ଅନ୍ଧ ହୋଇ ନିଜ ଖୁଡି ସହ ଦୁଷ୍କର୍ମ କଲା ପୁତୁରା । ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଭଳି ଲଜ୍ଜାଜନକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣୀ ପଞ୍ଚାୟତ ଅଞ୍ଚଳରେ । ଘରେ କେହି ନଥିବାର ସୁଯୋଗ ନେଇ ଖୁଡ଼ିକୁ ଦୁଷ୍କର୍ମ କଲା ସୈତାନ ପୁତୁରା । ତେବେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣୀ ପଞ୍ଚାୟତ ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଘରେ କେହି ନଥିବା ବେଳେ ଏକୁଟିଆ ଥିବାର ସୁଯୋଗ ଉଠାଇ ନିଜ ଖୁଡିଙ୍କ ସହ ଦୁଷ୍କର୍ମ କରିଛି ସମ୍ପର୍କୀୟ ପୁତୁରା । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ପୁତୁରା ବାଲା ପ୍ରଧାନକୁ ଗିରଫ କରିଛି କଙ୍କଡାହାଡ଼ ପୋଲିସ । ତେବେ ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ପୀଡ଼ିତାଙ୍କ ସ୍ବାମୀ ବାହାରେ ରୁହନ୍ତି । ଗତ ୮ ତାରିଖ ଦିନ ଅପରାହ୍ନ ସମୟରେ ପୀଡ଼ିତାଙ୍କ ସମ୍ପର୍କୀୟ ପୁତୁରା ବାଲା ନିଜ ଖୁଡ଼ି ଘରେ ଏକା ଥିବାର ଜାଣିବାକୁ ପାଇଥିଲା । ଏହି ସମୟରେ ଜୋର ଜବରଦସ୍ତ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲା । ଏନେଇ ପୀଡ଼ିତା ଜଣଙ୍କ କାହାକୁ କିଛି କହିନପାରି ଶେଷରେ ବାହାରେ ରହୁଥିବା ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking