29.1 C
Bhubaneswar
Friday, October 18, 2024
Homeଅପରାଧବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖୁଥିଲା ଯୁବକ

ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖୁଥିଲା ଯୁବକ

ମୟୁରଭଞ୍ଜ: ଜଣେ କି ଦୁଇଜଣ ନୁହଁନ୍ତି ୪ ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଏବଂ ବ‌ିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ରସିକିଆ ଯନ୍ତ୍ରୀ।  ଶେଷରେ ପଦାରେ ପଡ଼ିଛି ଚୋରା ପିରତି। ପ୍ରତାରିତ ୨ ଯୁବତୀ ବାରିପଦା ଟାଉନ୍‌ ଥାନାରେ ଏତଲା ଦେବା ପରେ ପୁଲିସ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରିଛି। ଅଭିଯୋଗକାରୀ ଯୁବତୀଙ୍କ ଡାକ୍ତରୀ ମାଇନା କରାଇଛି ପୋଲିସ।

ଶନିବାର ଗିରଫ ଯନ୍ତ୍ରୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗିରଫ ଯନ୍ତ୍ରୀ ଜଣକ ହେଉଛନ୍ତି ବାରିପଦାର ଶୁକୁରା ସିଂ । ସେ ଏବେ ରାଇରଙ୍ଗପୁର ଜଳସେଚନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଶୁକୁରା ସିଂ ସୋସିଆଲ ମିଡିଆରୁ ଯୁବତୀମାନଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ। କୌଶଳକ୍ରମେ ମୋବାଇଲ୍‌ ନମ୍ବର ହାସଲ କରି କିଛିଦିନ କଥା ହେବା ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ। କେବଳ ସେତିକି ନୁହେଁ, ବିଭିନ୍ନ ବାହାନା କରି ସେମାନଙ୍କ ପାଖରୁ ଟଙ୍କା ମଧ୍ୟ ଝଡ଼ାଉଥିଲେ ବୋଲି ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking