32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ୩୨ ବର୍ଷରେ ମଡେଲ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ପରଲୋକ

୩୨ ବର୍ଷରେ ମଡେଲ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ପରଲୋକ

ନୂଆଦିଲ୍ଲୀ : ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ପରଲୋକ ହୋଇଯାଇଛି । ମାତ୍ର ୩୨ ବର୍ଷ ବୟସରେ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ଘଟିଛି । ତେବେ ସର୍ଭିକାଲ କ୍ୟାନସର ପାଇଁ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ପରଲୋକ ନେଇ ଏହି ସୂଚନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଫେବ୍ରୁଆରି ୧ ତାରିଖ ରାତିରେ ସର୍ଭିକାଲ୍ କ୍ୟାନସରରେ ପୀଡିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଅଭିନେତ୍ରୀଙ୍କ ଗର୍ଭାଶୟ କର୍କଟ ଯୋଗୁ ମୃତ୍ୟୁ ଘଟିଛି ବୋଲି ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦିଆଯାଇଛି । ତେବେ ଅଭିନେତ୍ରୀଙ୍କ ଦେହାନ୍ତ ଖବର ଶୁଣି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିବା ବେଳେ ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଅନେକ ଥର ନିଜର ମନ୍ତବ୍ୟ ପାଇଁ ମଧ୍ୟ ବିବାଦ ଘେରକୁ ଆସିଥିଲେ । ପୁନମ ପାଣ୍ଡେ ଜଣେ ଲୋକପ୍ରିୟ ମଡେଲ ଥିଲେ । ନିଜର ଦୁଃସାହସିକ ଦାବି ଯୋଗୁ ସେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ନିଜର ବୋଲ୍ଡ ଅନ୍ଦାଜ ଓ ହଟ ଫଟୋସୁଟ ପାଇଁ ପୁନମ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ଅନେକ ଥର ନିଜର ମନ୍ତବ୍ୟ ପାଇଁ ମଧ୍ୟ ବିବାଦ ଘେରକୁ ଆସିଥିଲେ ।ପୁନମ ପାଣ୍ଡେ ୨୦୧୩ରେ ଫିଲ୍ମ ‘ନଶା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking