32.1 C
Bhubaneswar
Saturday, October 19, 2024
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନରେ ରହିବ ୭ଟି କାର୍ଯ୍ୟ ଦିବସ

ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନରେ ରହିବ ୭ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର : ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ଷୋଡ଼ଶ ବିଧାନସଭାର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି। ଚଳିତ ବର୍ଷ ନିର୍ବାଚନ ଥିବାରୁ ଏଥର କାମଚଳା ବଜେଟ୍ ଉପସ୍ଥାପନ ହେବ। ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ବଜେଟ୍ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଅଭିଭାଷଣ ରଖିବେ। ଏହାପରେ ଫେବ୍ରୁଆରି ୮ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କାମଚଳା ବଜେଟ୍ ଉପସ୍ଥାପନ କରିବେ। ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବଜେଟ୍ ଆଗତ ହେଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking