‘ବିଶ୍ୱଗୁରୁ ଭାରତ’ ଗଠନରେ ଯୁବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ
: ଅଭିଳାଷ ପଣ୍ଡା
ନୂତନ ମତଦାତା ସମ୍ମିଳନୀକୁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସମ୍ବୋଧିତ କରିବେ
ନୂତନ ମତଦାତା ସମ୍ମିଳନୀ ‘ପ୍ରଥମ ଥର ଭୋଟର’ଙ୍କୁ ପ୍ରେରଣା ଯୋଗାଇବ
ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଯୁବକମାନଙ୍କ ମଧ୍ୟରେ ଦଳର ଉପସ୍ଥିତି ବଂଚାଇବା ଏବଂ ଆମର ଜୀବନ୍ତ ଗଣତନ୍ତ୍ର ସହିତ ସେମାନଙ୍କର ସମ୍ପର୍କକୁ ଦୃଢ କରିବା ପାଇଁ ନୂତନ ଭୋଟରଙ୍କ ଗୁରୁତ୍ୱ ଉପରେ କ୍ରମାଗତ ଭାବରେ ଗୁରୁତ ଦେଇ ଆସୁଛନ୍ତି । ଏହି ଉଦ୍ଦେଶ୍ୟକୁ ଅନୁସରଣ କରି, ଯୁବମୋର୍ଚ୍ଚା ତରଫରୁ ଆସନ୍ତା କାଲି ଦେଶବ୍ୟାପୀ ‘ନୂତନ ମତଦାତା ସମ୍ମିଳନୀ’ ଆୟୋଜନ କରାଯିବ ଏବଂ ଏହି ସମ୍ମିଳନୀରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଅଂଶଗ୍ରହଣ କରିବେ । ନୂତନ ମତଦାତା ସମ୍ମିଳନୀକୁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସମ୍ବୋଧିତ କରିବେ ଏବଂ ଉଜ୍ଜ୍ୱଳ ଭାରତ ଗଠନ ସକାଶେ ‘ପ୍ରଥମ ଥର ଭୋଟର’ଙ୍କୁ ପ୍ରେରଣା ଯୋଗାଇବ, ଯାହାକି ଦେଶରେ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା କରାଇବାରେ ସହାୟକ ହେବ । ବିଶ୍ୱଗୁରୁ ଭାରତ ଗଠନରେ ଆଜିର ଯୁବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।
ରାଜ୍ୟକାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ଆମର ନୂତନ ଗଣତନ୍ତ୍ରରେ ଭୋଟରଙ୍କ ସକ୍ରିୟ ଅଂଶଗ୍ରହଣକୁ ବଂଚାଇବା ପାଇଁ ନୂତନ ଭୋଟରଙ୍କୁ ନିୟୋଜିତ ଏବଂ ପଞ୍ଜିକରଣ କରିବାକୁ ନୂତନ ମତଦାତା ସମ୍ମିଳନୀ ଲକ୍ଷ୍ୟ ରଖିଛି । ଯୁବମୋର୍ଚ୍ଚା ୫୦୦୦ ସମ୍ମିଳନୀ ଆୟୋଜନ କରିବା ସହ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଅନୁନ୍ୟ ୧୦୦୦ ନୂତନ ମତଦାତା ନିୟୋଜିତ ହେବେ । ନୂତନ ମତଦାତାଙ୍କୁ ବିକଶିତ ଆମ୍ବାସଡର ପରିଗଣିତ କରାଯାଇ ଗଣତନ୍ତ୍ର, ସକ୍ରିୟ ନାଗରିକତ୍ୱ ଓ ଦାୟୀତ୍ୱ, ଦେଶ ଗଠନରେ ଯୁବକଙ୍କ ଭାଗିଦାରୀତା ଆଦି ସଂପର୍କରେ ଅବଗତ କରାଯିବ ।
ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି. ନଡ୍ଡା ଗତ ଜାନୁୟାରୀ ୧୩ତାରିଖରେ ଯୁବମୋର୍ଚ୍ଚା ସମ୍ମିଳନୀ ପାଇଁ ନୂତନ ମତଦାତା ପଞ୍ଜିକରଣ କରିବା ପାଇଁ ଏକ ଉତ୍ସର୍ଗୀକୃତ ଡିଜିଟାଲ୍ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି । ନୂତନ ମତଦାତାଙ୍କୁ ସମ୍ବେଦନଶୀଳ କରିବା ପାଇଁ ସମସ୍ତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ଯତ୍ନ ସହକାରେ କାର୍ଯ୍ୟ କରୁଛନ୍ତି । ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ପାରସ୍ପାରିକ ଆଲୋଚନା ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହେବ ।
ବିଜେପି ଯୁବମୋର୍ଚ୍ଚା ନୂତନ ମତଦାତା ସମ୍ମିଳନୀରେ ଶିକ୍ଷାଗତ ପ୍ରଦର୍ଶନୀ ଆୟୋଜନ କରିବା ସହ କଂଗ୍ରେସ ଶାସନ କାଳର ୨୦୧୪ମସିହା ପୂର୍ବ ଯୁଗକୁ ଚିତ୍ରଣ କରିବ ଏବଂ ଯଶ୍ୱସୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦ୍ୱାରା ପରିବର୍ତନଶୀଳ ଓ ପ୍ରଗତି ଉପରେ ମଧ୍ୟ ଆଲୋକପାତ କରାଯିବ । ଏହି ପଦକ୍ଷେପ ଭାରତର ସମୃଦ୍ଧ ଦିଗରେ ସ୍ପଷ୍ଟ ଦୃଷ୍ଟିକରଣ ସହିତ ନୂତନ ଭୋଟରଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଏହା ପ୍ରଥମଥର ପାଇଁ ଘଟୁଛି ଯେ ଏକ ପ୍ରଧାନମନ୍ତ୍ରୀ ୫୦୦୦ ଭିନ୍ନ ସ୍ଥାନରେ ଉପସ୍ଥିତ ଥିବା ୫୦ଲକ୍ଷରୁ ଉର୍ଦ୍ଧ୍ୱ ନୂତନ ଭୋଟରଙ୍କ ସହ ଯୋଗାଯୋଗ କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ଅବସରରେ ରାଜ୍ୟ ସମ୍ପାଦକ ସୁବ୍ରତ କୁମାର ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନସୁଲ୍ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।