ୱାଶିଂଟନ: ଆମେରିକାର ଚିକାଗୋ ସହରରେ ୩ଙ୍କଏ ପୃଥକ୍ ସ୍ଥାନରେ ଗୁଳିମାଡ଼ ଘଟଣା ଘଟିଥିବା ବେଳେ ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଇଲିନୋଇସ୍ର ଜୋଲିଏଟର ୱେଷ୍ଟ ଏକର୍ସ ରୋଡ୍ର ଆଖପାଖ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କିନ୍ତୁ ରିପୋର୍ଟ ଲେଖାହେବା ବେଳକୁ ଅଭିଯୁକ୍ତ ଆତ୍ମହତ୍ୟା କରିସାରିଥିବା ଜଣାପଡିଛି ।
ଚିକାଗୋ ପୁଲିସ୍ ପକ୍ଷରୁ ଏସର୍ମ୍ପକରେ ମିଳିଥିବା ସୂଚନାନୁସାରେ ୨୩ ବର୍ଷୀୟ ଅଭିଯୁକ୍ତ ରୋମିଓ ନାନ୍ସ ଗୁଳିକାଣ୍ଡ ଘଟାଇସାରିବା ପରେ ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କରିନେଇଛି । ଚିକାଗୋ ପୁଲିସ୍ କିଛି ମାସ ପୂର୍ବେ ରୋମିଓ ନାନ୍ସକୁ ବିପଦଜନକ ଘୋଷଣା କରିଥିଲା । ପରିସଂଖ୍ୟାନ ରିପୋର୍ଟ ଅନୁସାରେ ଆମେରିକାର ବିଭିନ୍ନ ପ୍ରାନ୍ତରେ ବାରମ୍ବାର ଏପ୍ରକାର ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷର ପ୍ରଥମ ସପ୍ତାହରେ ଗୁଳିବିନିମୟ ଘଟଣାରେ ପ୍ରାୟ ୮୭୫ଜଣଙ୍କ ମୃତ୍ୟୁ ହୋଇସାରିଛି ।