34.1 C
Bhubaneswar
Friday, September 20, 2024
Homeଓଡିଶାଆସନ୍ତା ୨୦ରୁ ଗହିରମଥାରେ ଆରମ୍ଭ ହେବ ଡଲଫିନ୍ ଗଣନା

ଆସନ୍ତା ୨୦ରୁ ଗହିରମଥାରେ ଆରମ୍ଭ ହେବ ଡଲଫିନ୍ ଗଣନା

ରାଜନଗର : ବିଭିନ୍ନ ଜାଗାରେ ପକ୍ଷୀ ବା ବାଘ ଗଣନା ଚାଲିଥିବା ବେଳେ ଆସନ୍ତା ୨୦ରୁ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆରମ୍ଭ ହେବ ଡଲଫିନ୍ ଗଣନା । ଏଥିପାଇଁ ନିର୍ଦ୍ଧିଷ୍ଟ ଜାଗାର ବିବେଚନା କରାଯାଇଛି । ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଥିବା ନଦୀ, ନାଳ ମାନଙ୍କରେ ଡଲଫିନ ଗଣନା କରାଯିବ । ତେବେ ଏହି ଗଣନା ୩ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି । ଏହି ଗଣନା ପାଇଁ ବାଇନାକୁଲାର, ଜିପିଏସ, କ୍ୟାମେରା,ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀର ବ୍ୟବସ୍ଥା କରାଯାଇଛି । ଏହି ଗଣନା ପ୍ରତିଦିନ ସକାଳ ୬ଟାରୁ ଆରମ୍ଭ ହୋଇ ପାଖାପାଖି ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking