30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶସର୍ବବୃହତ୍ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀ ଶୁଭାରମ୍ଭ; ଆଜିଠୁ ଭାଇବ୍ରାଣ୍ଟ୍ ଗୁଜରାଟ ବିଶ୍ୱ ଶିଖର ସମ୍ମିଳନୀ

ସର୍ବବୃହତ୍ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀ ଶୁଭାରମ୍ଭ; ଆଜିଠୁ ଭାଇବ୍ରାଣ୍ଟ୍ ଗୁଜରାଟ ବିଶ୍ୱ ଶିଖର ସମ୍ମିଳନୀ

ଗାନ୍ଧୀନଗର: ବୁଧବାର ଠାରୁ ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିର କନ୍‌ଭେନ୍‌ସନ୍ ସେଣ୍ଟର ଠାରେ ଆରମ୍ଭ ହେବାକୁ ଯାଉଛି ‘ଭାଇବ୍ରାଣ୍ଟ୍ ଗୁଜରାଟ ବିଶ୍ୱ ଶିଖର ସମ୍ମିଳନୀ’ । ଏହାକୁ ମିଶାଇ କ୍ରମାଗତ ୧୦ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦ୍‌ଘାଟନ କରିିିବାକୁ ଯାଉଛନ୍ତି । ତେବେ ଏହାର ଠିକ୍ ଦିନକ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ଗୁଜରାଟର ଗାନ୍ଧୀନଗର ଠାରେ ଦେଶର ସର୍ବବୃହତ୍ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଏହି ଅବସରରେ ମୋଜାମ୍ବିକ୍ ରାଷ୍ଟ୍ରପତି ଫିଲିପ୍ ନ୍ୟୁସି, ପୂର୍ବ ତିମୋର ଲେସ୍ତେର ରାଷ୍ଟ୍ରପତି ଜୋସ୍ ରାମୋସ୍ ହୋର୍ତ୍ତା ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିିତ ଥିଲେ । ଏହି ଦୁଇ ବିଦେଶୀ ନେତା ତଥା ସେମାନଙ୍କ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ପ୍ରତିପକ୍ଷ ପଦାଧିକାରୀଙ୍କ ଉପସ୍ଥିତିରେ ମୋଦୀ ସାମିଲ ହୋଇଥିଲେ ଏବଂ ଦୁଇଦେଶ ମଧ୍ୟରେ ରହିଥିବା ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଭାଇବ୍ରାଣ୍ଟ ଗୁଜରାଟ ବିଶ୍ୱ ସମ୍ମିଳନୀ ବ୍ୟବସାୟିକ ସମ୍ପର୍କ ଦିଗରେ ଏକ ବିଶ୍ୱସ୍ତରୀୟ ମଞ୍ଚ । ଏଠାରେ ଦ୍ୱିପାକ୍ଷିକ ବ୍ୟବସାୟ ସମ୍ବନ୍ଧିତ ଜ୍ଞାନ, ଅଭିଜ୍ଞତା, ସହଭାଗିତା, ବିକାଶ, ଅଭିବୃଦ୍ଧି ସମ୍ପର୍କରେ ସୂଚନା ଆଦାନ ପ୍ରଦାନ କରାଯାଇଥାଏ ।

ପରେ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ୍ ଠାରେ ଏକ ବିଶାଳ ରୋଡ୍ ଶୋ’ରେ ସାମିଲ ହୋଇଥିଲେ । ମୋଦୀଙ୍କ ସହ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ୍ ବିନ୍ ଜାୟେଦ୍ ଅଲ୍ ନାୟାନ୍ ମଧ୍ୟ ଏହି ରୋଡ୍ ଶୋ’ରେ ସାମିଲ ହୋଇଥିଲେ । ୟୁଏଇ ରାଷ୍ଟ୍ରପତି ଭାଇବ୍ରାଣ୍ଟ୍ ଗୁଜରାଟ ବିଶ୍ୱ ଶିଖର ସମ୍ମିଳନୀରେ ସାମିଲ ହେବା ଉଦ୍ଦେଶ୍ୟରେ ମୋଦୀଙ୍କ ନିମନ୍ତ୍ରଣକ୍ରମେ ଭାରତ ଗସ୍ତରେ ଆସିଛନ୍ତି । ତେବେ ମଙ୍ଗଳବାର ଅହମ୍ମଦାବାଦ୍ ଏୟାରପୋର୍ଟ ଠାରେ ୟୁଏଇ ରାଷ୍ଟ୍ରପତିଙ୍କ ବିମାନ ଅବତରଣ କରିବା ପରେ ମୋଦୀ ନିଜେ ସେଠାରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ ।

ପରେ ଉଭୟ ନେତା ରୋଡ୍ ଶୋ’ରେ ବାହାରିଯାଇଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ଆୟୋଜିତ ୩ କିମି ଲମ୍ବା ଏହି ରୋଡ୍ ଶୋ’ରେ ମୋଦୀ ଓ ଜାୟେଦ୍ ଅଲ୍ ନାୟାନ୍ ବସିଥିବା ଗାଡ଼ି ଉପରେ ପୁଷ୍ପ ବର୍ଷା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନେ ପରିବେଷଣ କରାଯାଇଥିଲା । ଏହି ରୋଡ୍ ଶୋ’ ଇନ୍ଦିରା ବ୍ରିଜ୍ ନିକଟରେ ଶେଷ ହୋଇଥିଲା ଏବଂ ଉଭୟ ନେତା ଏହିଠାରୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଗସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking