30.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଇସ୍ରାଏଲ-ହମାସ ଯୁଦ୍ଧ ଗଲାଣି ୨୨,୭୨୨ ଜୀବନ

ଇସ୍ରାଏଲ-ହମାସ ଯୁଦ୍ଧ ଗଲାଣି ୨୨,୭୨୨ ଜୀବନ

ଜେରୁଜେଲମ୍ : ଇସ୍ରାଏଲ ସେନା ଶନିବାର କହିଛି ଯେ ଉତ୍ତର ଗାଜାରେ ହମାସର କମାଣ୍ଡ୍ ଢାଞ୍ଚାକୁ ନଷ୍ଟ କରିବା କାର୍ଯ୍ୟ ଶେଷ ହୋଇଛି। ସେନା ମୁଖପାତ୍ର ଡାନିଏଲ ହାଗରୀ ଗଣମାଧ୍ୟମକୁ ଆହୁରି ମଧ୍ୟ କହିଛନ୍ତି ଯେ ପାଲେଷ୍ଟାଇନର ସଦସ୍ୟମାନେ ବର୍ତ୍ତମାନ ଏହି ଅଞ୍ଚଳରେ କେବଳ ବିକ୍ଷିପ୍ତ ଭାବରେ ଏବଂ କମାଣ୍ଡର ବିନା କାର୍ଯ୍ୟ କରୁଛନ୍ତି। ଯୁଦ୍ଧରେ ହମାସ୍‌ର ସବୁ କମାଣ୍ଡର ନିପାତ ହୋଇଛନ୍ତି। ଏବେ ଗାଜାପଟିର ମଧ୍ୟଭାଗରେ ଏବଂ ଦକ୍ଷିଣରେ ହମାସର ମୂଳୋତ୍ପାଟନ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି। ହମାସର ଅକ୍ଟେବାର ୭ ତାରିଖ ଆକ୍ରମଣର ଜବାବରେ ଇସ୍ରାଏଲ ଏହି ଅଞ୍ଚଳରେ ବୋମାମାଡ଼ କରି ଓ ସ୍ଥଳସେନା ପଠାଇ ଅତି କମ୍‌ରେ ୨୨,୭୨୨ ଜଣଙ୍କ ମୃତ୍ୟୁର କାରଣ ହୋଇଥିଲା, ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ଥିଲେ ବୋଲି ହମାସ ଦ୍ୱାରା ପରିଚାଳିତ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ହମାସର ମୂଳୋତ୍ପାଟନ ନ କରିବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ ବୋଲି ଇସ୍ରାଏଲ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking