ଭୁବନେଶ୍ୱର: ବିଜେଡିକୁ ବାଏ ବାଏ । ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ । ସେ ହେଉଛନ୍ତି ବଳଭଦ୍ର ମାଝୀ । ଶ୍ରୀ ମାଝୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ଏନେଇ ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦଳରେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି ।
ତେବେ ଆଗକୁ ସାଧାରଣ ନିର୍ବାଚନ । ଯେଉଁଥି ପାଇଁ ଆଉ ଦିନ କେଇଟାଏ ଅଛି । ଏହା ପୂର୍ବରୁ ଶ୍ରୀ ମାଝୀ ଛାଡ଼ିଛନ୍ତି । ତେଣୁ ସେ ବିଜେଡି ଛାଡ଼ି ବିଜେପି କିମ୍ବା କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।