31.1 C
Bhubaneswar
Friday, September 20, 2024
Homeଓଡିଶାସ୍ଥଗିତ କଥା ଆମେ ଜାଣିନୁ : ଡ୍ରାଇଭର

ସ୍ଥଗିତ କଥା ଆମେ ଜାଣିନୁ : ଡ୍ରାଇଭର

ଭୁବନେଶ୍ୱର: ଡ୍ରାଇଭର ଆନେ୍ଦାଳନ ସ୍ଥଗିତ ଘୋଷଣାରେ ଆସିଲା ଟ୍ୱିଷ୍ଟ । ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଥିବାବେଳେ ସ୍ଥଗିତ ରଖାଯିବା ସମ୍ପର୍କରେ ଆମେ କିଛି ଜାଣିନୁ ବୋଲି ଆନ୍ଦୋଳନରତ ଡ୍ରାଇଭରମାନେ କହିଛନ୍ତି । କଟକ ଗୋପାଳପୁରରେ ଆନ୍ଦୋଳନ କରୁଥିବା ଡ୍ରାଇଭରମାନେ ଏଭଳି କହିଛନ୍ତି । ସେମାନେ କହିଛନ୍ତି ଯେ ପରିବହନ କମିଶନର କାହା ସହ ଆଲୋଚନା କରି ଆନ୍ଦୋଳନକୁ ସ୍ଥଗିତ ରଖାଯିବା ସମ୍ପର୍କରେ ଘୋଷଣା କରିଛନ୍ତି ଆମେ ତାହା ଜାଣିନୁ । ଆନ୍ଦୋଳନ ସ୍ଥଗିତ ରହିବା ସମ୍ପର୍କରେ ଆମ ରାଜ୍ୟ ସଭାପତି କିଛି କହିନାହାନ୍ତି । ସଭାପତି ନକହିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ କହିଛନ୍ତି । ପରିବହନ କମିଶନର ଅମିତାଭ ଠାକୁର ଆନ୍ଦୋଳନ ସ୍ଥଗିତ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଡ୍ରାଇଭର ସଂଘ ସହ ସରକାରଙ୍କ ଆଲୋଚନା ହୋଇଛି । ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ତେଣୁ ପରିବହନ ବିଭାଗକୁ ସହଯୋଗ କରି ଡ୍ରାଇଭରମାନେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଭାରତ ସରକାରଙ୍କ ସହ ସେମାନଙ୍କ ଆଲୋଚନା ଚାଲିଛି ବୋଲି ଶ୍ରୀ ଠାକୁର କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking