18.1 C
Bhubaneswar
Saturday, November 16, 2024
Homeଓଡିଶାଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟଅରିଙ୍ଗ ଛାଡ଼ ଆନ୍ଦୋଳନ ଚାଲିବ

ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟଅରିଙ୍ଗ ଛାଡ଼ ଆନ୍ଦୋଳନ ଚାଲିବ

ଭୁବନେଶ୍ବର: ଡ୍ରାଇଭର ସଂଘ ପକ୍ଷରୁ ଷ୍ଟଅରିଙ୍ଗ ଛାଡ଼ ଆନ୍ଦୋଳନକୁ ନେଇ ଓଡ଼ିଶା ମୋଟର ଚାଳକ ସଂଘର ସଭାପତି ବିରଞ୍ଚି ନାରାୟଣ କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭାରତ ସରକାରଙ୍କ ଆଇପିସି ୧୬୦ କ୍ଲଜ -୨କୁ ବିରୋଧ କରି ଡ୍ରାଇଭର ସଂଘ ପକ୍ଷରୁ ଷ୍ଟଅରିଙ୍ଗ ଛାଡ଼ ଆନ୍ଦୋଳନ ଜାରି ରହିଛି। ବିଗତ ୨୦୨୩ ଶେଷ ମୁହୂର୍ତ୍ତରେ ଭାରତ ସରକାରଙ୍କ ଗୃହ ବିଭାଗ ମନ୍ତ୍ରୀ ଅମିତ ଶାହା ଏକ ନୂତନ ନିୟମ ଡ୍ରାଇଭରମାନଙ୍କ ପାଇଁ ଏକ ନୂତନ ନିୟମ ପ୍ରଚଳନ କରିଥିବା ଆମେ ଶୁଣିବାକୁ ପାଇଲୁ ଯେ କେହି ଦୁର୍ଘଟଣା କରାଇଲେ ୭ ଲକ୍ଷ ଟଙ୍କା ଦେବା ସହ ୧୦ ବର୍ଷ ଜେଲ ଯିବେ। ଏହାକୁ ଆମେ ସମ୍ପୂର୍ଣ୍ଣ ରୂପେ ବିରୋଧ କରୁଛୁ। ଏହି ଆଇନକୁ ସ୍ଥଗିତ ରଖାଯାଇଛି ଆମେ ଚାହୁଁ ଏହାକୁ ପ୍ରତ୍ୟାହାର କରାଯାଉ। କେହି କେବେ ଜାଣିଶୁଣି ଦୁର୍ଘଟଣା ଘଟାଏ ନାହିଁ, ଏହା ଜରୁରୀକାଳୀନ ସ୍ଥିତି ଅଥବା ଦୈବ ଦୁର୍ବିପାକ ଦ୍ଵାରା ହୋଇଥାଏ।ବିଜେପି କେନ୍ଦ୍ରରେ ଶାସନ କରିବା ଦିନଠାରୁ କେବଳ ଡ୍ରାଇଭର ମାରଣ ନୀତି ପ୍ରଚଳନ କରୁଛନ୍ତି। ବର୍ତ୍ତମାନ ୭୫ ପ୍ରତିଶତ ଗାଡ଼ି ବନ୍ଦ ହୋଇ ସାରିଲାଣି, ଆଗକୁ ସମସ୍ତ ଗାଡ଼ି ବନ୍ଦ ହେବ। ଏହି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଏଥିପାଇଁ ଜନସାଧାରଣ ହଇରାଣ ହରକତ ହେବେ। ଏଥିପାଇଁ ସର୍ବସାଧାରଣଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରୁଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking