25.1 C
Bhubaneswar
Saturday, December 7, 2024
Homeଦେଶ ବିଦେଶପ୍ରେମିକାର ବାପାଙ୍କୁ ଗୁଳି କଲା ପ୍ରେମିକ

ପ୍ରେମିକାର ବାପାଙ୍କୁ ଗୁଳି କଲା ପ୍ରେମିକ

ହାଇଦ୍ରାବାଦ : ପ୍ରେମ ସମ୍ପର୍କ ଭାଙ୍ଗିବା ପାଇଁ  ଝିଅକୁ ବିଦେଶ ପଠାଇଦେଲା ବାପା । ଏହି କଥାରେ ପ୍ରେମିକ ରାଗିଯାଇ ତାଙ୍କ ବାପାଙ୍କ ଉପରକୁ ଗୁଳିମାଡ କରିଛି  । ଏଭଳି ଘଟଣା ଘଟିଛି  ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ  ା ରବିବାର ଦିନ  ପ୍ରେମିକାର ବାପାଙ୍କୁ  ଭେଟିବା ପାଇଁ  ବଲବିନ୍ଦର  ସେ ରହୁଥିବା  ଆପାର୍ଟମେଣ୍ଟକୁ ଯାଇଥିଲା ।  ତେବେ ଗାର୍ଲଫ୍ରେଣ୍ଡର ବାପା  ଓ ବଲବିନ୍ଦର ଭିତରେ ଏହାକୁ  ନେଇ ବେଶ ଯୁକ୍ତି ତର୍କ  ହୋଇଥିଲା ।  ପରେ ରାଗିଯାଇ ବଲବିନ୍ଦର ପ୍ରେମିକାର  ବାପାଙ୍କ ଉପରକୁ  ଗୋଟିଏ ରାଉଣ୍ଡ ଗୁଳିମାଡ କରିଥିଲେ ।  ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି ।  ଆହତ ବ୍ୟକ୍ତି ଜଣଙ୍କ  ୫୭ ବର୍ଷୀୟ  ରେବନ୍ତ ଆନନ୍ଦ ।  ତାଙ୍କ ଆଖିରେ ଆଘାତ ଲାଗିଛି । କେବଳ ସ୍ତିକି ନୁହେଁ , ଗୁଳିମାଡ ଯୋଗୁଁ  ତାଙ୍କ କାରର କାଚ ଭାଙ୍ଗିଯାଇଛି ।  ସେପଟେ  ଏହି ପୁରା ମାମଲା ସିସିଟିଭି କଏଦ ହୋଇଛି ।  ଗୁଳିମାଡ ପରେ  ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।  କିନ୍ତୁ ବିଏନଏସର ଧାରା ୧୦୯  ଅନୁଯାୟୀ  ମାମଲା ରୁଜୁ  ହେବାପରେ  ପୁଲିସ ତାଙ୍କୁ ଗିରଫ କରିଛି ।  ପୁଲିସ ମାମଲାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking