23.1 C
Bhubaneswar
Friday, January 10, 2025
Homeଓଡିଶାଆଗାମୀ ବିଧାନସଭା ନିର୍ବାଚନକୁ ନେଇ କୋରେଇ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା, ଆଶାୟୀ ପ୍ରାଥୀ ମାନଙ୍କର...

ଆଗାମୀ ବିଧାନସଭା ନିର୍ବାଚନକୁ ନେଇ କୋରେଇ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା, ଆଶାୟୀ ପ୍ରାଥୀ ମାନଙ୍କର ହୋଡିଂ ଯୁଦ୍ଧ

ଯାଜପୁର : ଆଗକୁ ଆସୁଛି ୨0୨୪ ବିଧାନସଭା ନିର୍ବାଚନ | ଏହି ନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳର ଆଶାୟୀ ମାନଙ୍କ ମଧ୍ୟରେ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ହୋର୍ଡ଼ିଂ ଯୁଦ୍ଧ ଦେଖିବାକୁ ମିଳୁଛି | ସହର ଠାରୁ ଗାଁ ପର୍ଯ୍ୟନ୍ତ ବିଭିନ୍ନ ଛକ ବଜାର ରାସ୍ତା କଡରେ ବଡ଼ ବଡ଼ ହୋର୍ଡ଼ିଂ ମାନ ଛାଇ ହୋଇଛି | ବିଶେଷ କରି ଶାସକ ବିଜେଡି ଦଳର ବିଧାୟକ ଟିକେଟ ପାଇଁ ହୋର୍ଡ଼ିଂ ମାଧ୍ୟମରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି | ଏଥିରୁ ବିଜେପି ମଧ୍ୟ ବାଦ ପଡ଼ିନାହିଁ | ଅନ୍ୟପଟେ ଏହି ଦୌଡରେ କଂଗ୍ରେସ ଦଳ ବୋହୁ ପଛରେ ପଡିଛି | ବଡ ବଡ଼ ହୋର୍ଡ଼ିଂ ମାରିବାକୁ କେନ୍ଦ୍ରକରି ପ୍ରାଥୀ ମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳୁଛି | ଅନେକ ସ୍ଥାନରେ ଏହି ହୋର୍ଡ଼ିଂ ମରାକୁ ନେଇ ଦଳୀୟ ସମର୍ଥକ ମାନଙ୍କ ମଧ୍ୟରେ ହାତାହାତି ହେବାର ଦେଖାଯାଉଛି | ବିଜେଡି ଦଳର ବିଧାୟକ ଅଶୋକ କୁମାର ବଳ, ପୂର୍ବତନ ବିଧାୟକ ଆକାଶ ଦାଶନାୟକ ମଧ୍ୟରେ ହୋର୍ଡ଼ିଂ ମାରିବା କୋରେଇ ବାସୀଙ୍କୁ ଦ୍ବନ୍ଦରେ ପକାଇଛି | ସେହିପରି ବିଜେପି ଦଳ ପକ୍ଷରୁ ବିଶ୍ୱଜିତ ନାୟକ ଓ ଯୁବ ନେତୃତ୍ୱ ଅଲେକଜାଣ୍ଡର ଦାସଙ୍କ ମଧ୍ୟରେ ପୃଥକ ପୃଥକ ଭବରେ କର୍ମୀ ସଂମ୍ମିଳନୀ ଓ ହୋର୍ଡ଼ିଂ ମରାକୁ ନେଇ ବିଜେପି ଦଳର ଅନ୍ତ କନ୍ଦଳ ପଦାରେ ପଡି ହାଟରେ ଗଡୁଛି | କଂଗ୍ରେସ ଏଥିରୁ ଦୁରେଇ ରହି ଏକପ୍ରକାର ନିରବ ଦ୍ରଷ୍ଟା ସାଜିଛି | କୋରେଇ ତଥା ରାଜ୍ୟ  କଂଗ୍ରେସର ଜଣେ ପ୍ରଭାବଶାଳୀ ନେତ୍ରୀ ପ୍ରାଥୀ ହେବାପାଇଁ ବିଜେଡି ଓ ବିଜେପି ଦଳର ପ୍ରମୁଖ ନେତାଙ୍କ ସହ ଯୋଗାସୁତ୍ର ରଖିଥିବାର କୋରେଇରେ ଚର୍ଚ୍ଚା ଯୋର ଯୋର ଧରିଛି | ବିଜେଡି କୁଆଡେ ଏହି ଆସନରେ ମହିଳା କାର୍ଡ ଖେଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି | କିନ୍ତୁ କୋରେଇ ବାସୀ ଦଳବଳ ନିର୍ବିଶେଷରେ ଜଣେ ଯୋଗ୍ୟ ନେତୃତ୍ୱ ଖୋଜୁଛନ୍ତି ଯିଏକି ଆପଦ ବିପଦ ବେଳେ ଓ କୋରେଇର ସ୍ୱାଭିମାନ ପାଇଁ ଯିଏ ଲଢେଇ କରୁଛି ତାଙ୍କୁ ମନଭିତରେ ସ୍ଥାନ ଦେଇଛନ୍ତି | ଯେଉଁ ଦଳ ଯୋଗ୍ୟତମ ପ୍ରାଥୀ ଚୟନ କରିବ ସେ ଦଳ କୋରେଇ ସ୍ୱାଭିମାନୀ ଜନସାଧାରଣଙ୍କ ଆସ୍ଥା ଭାଜନ ହେଵବୋଲି ଚର୍ଚ୍ଚା ହେଉଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking