ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୯, ୨୦୨୪ରୁ ଓଡ଼ିଶାରେ ୨ଟି ଭେନ୍ୟୁରେ ଖେଳାଯିବ ଏହି ହାଇପ୍ରୋଫାଇଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । ଉଭୟ ଆଇଏସ୍ଏଲ୍ ଓ ଆଇ ଲିଗର ଦଳ ଏହି କଳିଙ୍ଗ ସୁପର କପ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ଏହି ହାଇପ୍ରୋଫାଇଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜାନୁଆରୀ ୨୮, ୨୦୨୪ରେ ଅନୁଷ୍ଠିତ ହେବ । ଏନେଇ ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ବୁଧବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୬ଟି ଦଳ ୪ଟି ଗ୍ରୁପ୍ରେ ରହିବେ । ପ୍ରତି ଗ୍ରୁପ୍ରେ ୩ଟି ଲେଖାଏଁ ଆଇଏସଏଲ୍ ଦଳ ଓ ଗୋଟିଏ ଲେଖାଏଁ ଆଇ ଲିଗ୍ ଦଳକୁ ନେଇ ଗ୍ରୁପ ପର୍ଯ୍ୟାୟ ଖେଳାଯିବ । ସେହିପରି ୪ ଗ୍ରୁପ୍ର ପ୍ରଥମ ସ୍ଥାନରେ ରହିଥିବା ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ଶେଷରେ ଦୁଇ ସେମିଫାଇନାଲ୍ ବିଜେତା ନଭେମ୍ବର ୨୮ ତାରିଖରେ ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ । ତେବେ ଆସନ୍ତୁ ଜାଣିନେବ କେଉଁ ଗ୍ରୁପ ରେ କିଏ ରହିଛନ୍ତି ,
ଗ୍ରୁପ୍ ‘ଏ’ରେ ମୋହନ ବାଗାନ ସୁପର ଜାଏଣ୍ଟ, ଇଷ୍ଟ ବେଙ୍ଗଲ, ହାଇଦ୍ରାବାଦ ଏଫ୍ସି, ଆଇ ଲିଗ୍-୧
ଗ୍ରୁପ୍ ‘ବି’ରେ କେରଳ ବ୍ଲାଷ୍ଟର୍ସ, ନର୍ଥ ଇଷ୍ଟ ୟୁନାଇଟେଡ, ଜାମସେଦପୁର ଏଫ୍ସି, ଆଇ ଲିଗ୍-୨ ଏବଂ
ଗ୍ରୁପ୍ ‘ସି’ରେ ମୁମ୍ବାଇ ସିଟି ଏଫ୍ସି, ଚେନ୍ନାଇନ୍ , ପଞ୍ଜାବ ଏଫ୍ସି ଏବଂ ଆଇ ଲିଗ୍-୩ ଦଳ
ଗ୍ରୁପ୍ ‘ଡି’ରେ ଏଫ୍ସି ଗୋଆ , ଓଡିଶା ଏଫ୍ସି, ବେଙ୍ଗାଲୁରୁ ଏଫ୍ସି ଏବଂ ଯୋଗ୍ୟତା ବିଜେତା ସାମିଲ ରହିବେ।