ଭୁବନେଶ୍ଵର: ଶୀତଦିନେ ପିଆଜ ଷଣ୍ଢା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପିଆଜ ଷଣ୍ଢାର ପତ୍ର ଗୁଡିକ ପୋଷକତତ୍ୱରେ ଭରପୁର ଅଟେ l ତେବେ ଆସନ୍ତୁ ଜାଣିବା ସେ ବିଷୟରେ … ଥଣ୍ଡା ଏବଂ ଜ୍ଵର ପାଇଁ ଲାଭଦାୟକ ହୋଇଥାଏ କାରଣ ପିଆଜ ଷଣ୍ଢାରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ଅନେକ ଖଣିଜ ଲବଣ ପ୍ରଚୁର ପରିମାଣରେ ମିଳିଥାଏ । ଏସବୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଥଣ୍ଡା ଏବଂ କାଶ ଭଳି ସମସ୍ୟାକୁ ରୋକିଥାଏ । ହାଡ ପାଇଁ ଲାଭଦାୟକ ହୋଇଥାଏ କାରଣ ପିଆଜ ଷଣ୍ଢାରେ ଏପରି ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶୀତଦିନେ ହାଡ ଏବଂ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବାପାଇଁ ସାହାର୍ଯ୍ୟ କରିଥାଏ । ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ପିଆଜ ଷଣ୍ଢା କାରଣ ଏଥିରେ ଅଧିକ ପରିମାଣର ଜଳ ଏବଂ ଫାଇବର ରହିଥାଏ, ଯାହା ହଜମ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ହୃଦୟ ପାଇଁ ଲାଭଦାୟକ ହୋଇଥାଏ କାରଣ ପିଆଜ ଷଣ୍ଢାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଅନେକ ରୋଗ ସୃଷ୍ଟି କରୁଥିବା କ୍ଷତିକାରକ ମୁକ୍ତ ରେଡିକାଲଗୁଡ଼ିକୁ ନଷ୍ଟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଏ ପିଆଜ ଷଣ୍ଢା କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି -6, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍ ପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।