17.1 C
Bhubaneswar
Saturday, January 11, 2025
Homeଓଡିଶାଏଣିକି ଆଡମିଶନ ବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା

ଏଣିକି ଆଡମିଶନ ବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା

ଭୁବନେଶ୍ୱର: ଏଣିକି ଆଡମିଶନ ବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା । ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖା ବେଳେ ନିଶାମୁକ୍ତି ଘୋଷଣାନାମା ଦେବା ପାଇଁ ନିର୍ଦ୍ଦେଶ ରହିଛି । ଏନେଇ କେନ୍ଦ୍ରର ଚିଠି ପରେ ଶିକ୍ଷା ବିଭାଗକୁ ସାମାଜିକ ସୁରକ୍ଷା ସଚିବଙ୍କ ଚିଠି ମିଳିଛି । ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରଖିବାକୁ କେନ୍ଦ୍ର ସରକାରଙ୍କ ଏପରି ପ୍ରୟାସ କରାଯ଼ାଇଛି । ନିଶା ମୁକ୍ତ ଭାରତ ଅଭିଯାନ କ୍ୟାମ୍ପେନକୁ ଅଧିକ ସଫଳ କରିବାକୁ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ନିଶା ବଳୟ ଠାରୁ ଦୂରରେ ରଖିବାକୁ ଏହି ନିଶାମୁକ୍ତି ଘୋଷଣାନାମା ଦାଖଲ ଲାଗି ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଚିଠି କରିଛି । କେନ୍ଦ୍ରର ନିର୍ଦ୍ଦେଶ ପରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ସଚିବଙ୍କ ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଓ ଗଣ ଶିକ୍ଷା ବିଭାଗକୁ ଚିଠି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking