22.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶପତ୍ନୀଙ୍କ ସର୍ତ୍ତ ଶୁଣି ସ୍ୱାମୀ ଶେଷରେ ନେଲେ ଏଭଳି ନିଷ୍ପତ୍ତି....

ପତ୍ନୀଙ୍କ ସର୍ତ୍ତ ଶୁଣି ସ୍ୱାମୀ ଶେଷରେ ନେଲେ ଏଭଳି ନିଷ୍ପତ୍ତି….

ଲକ୍ଷ୍ନୌ: ପତ୍ନୀଙ୍କର ଅଜବ ସର୍ତ୍ତର ଚାପ ସହି ନପାରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ପତିଙ୍କୁ ବାରମ୍ବାର ଧର୍ମ ପରିବର୍ତ୍ତନ କରିବାକୁ ସର୍ତ୍ତ ରଖିଥିଲେ ପତ୍ନୀ । ତେବେ ଏହି ଚାପକୁ ସଯ୍ୟ କରି ନପାରି ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାଟି ଘଟିଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ଜୁହି ଥାନା ଅନ୍ତର୍ଗତ ମିଲିଟାରୀ କ୍ୟାମ୍ପ ଚୌକି ଅଞ୍ଚଳର । ବ୍ୟକ୍ତିଜଣଙ୍କ ସ୍ତ୍ରୀଙ୍କର ପ୍ରତାଡ଼ନା ଏବଂ ବାରମ୍ବାର ଚାପ ପକାଇବା ଫଳରେ ଅନେକ ଦିନ ହେବ ଅବସାଦଗ୍ରସ୍ତ ଥିଲେ । ତେଣୁ ସେ ଏପରି ଏକ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଏପରିକି ସେ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ କରି ସେଥିରେ ସମସ୍ତ କଥା କହିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳର ବାସିନ୍ଦା ହେଲେ ୨୫ ବର୍ଷୀୟ ଶୁଭମ ବାଲ୍ମିକୀ । ତେବେ ସେଠାକାର ଜଣେ ମୁସଲମାନ ଯୁବତୀ ଖୁସବୁଙ୍କ ସହିତ ତାଙ୍କର ୧୩ ବର୍ଷର ପ୍ରେମ ସମ୍ପର୍କ ଥିଲା । ତେବେ ୩ ବର୍ଷ ତଳେ ଉଭୟ ବିବାହ ମଧ୍ୟ କରିଥିଲେ ଏବଂ ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ବିବାହର କିଛି ଦିନ ପରେ ହିଁ ଖୁସବୁ ସ୍ୱାମୀଙ୍କ ଉପରେ ଧର୍ମ ପରିବର୍ତ୍ତନ କରିବା ପାଇଁ ଚାପ ପକାଇବା ଆରମ୍ଭ କରିଥିଲେ । ଏପରିକି ଖୁସବୁ ନିଜ ଜିଦି କାରଣରୁ ନିଜ ୫ ବର୍ଷୀୟ ପୁଅକୁ ଛାଡ଼ି ବାପ ଘରକୁ ଚାଲିଯାଇଥିଲେ । ଏପରିକି ଅନେକ ସମୟରେ ଏହି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ଏପରିକି ଧର୍ମପରିବର୍ତ୍ତନ ନକରିବା କାରଣରୁ ଯୁବତୀ ଜଣଙ୍କ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ କରିଥିଲେ । ଶେଷରେ ଏପରି ଲୋକଲଜ୍ଜ୍ୟା ସମ୍ଭାଳି ନପାରି ଶୁଭମ ଆତ୍ମହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking