28.1 C
Bhubaneswar
Tuesday, January 7, 2025
Homeଖେଳଡିନ୍ ଏଲ୍‌ଗରଙ୍କ ସନ୍ନ୍ୟାସ ଘୋଷଣା; ଭାରତ ବିପକ୍ଷ ଟେଷ୍ଟ୍ ସିରିଜ୍ ପରେ କ୍ୟାରିୟର୍‌ର ଅନ୍ତ

ଡିନ୍ ଏଲ୍‌ଗରଙ୍କ ସନ୍ନ୍ୟାସ ଘୋଷଣା; ଭାରତ ବିପକ୍ଷ ଟେଷ୍ଟ୍ ସିରିଜ୍ ପରେ କ୍ୟାରିୟର୍‌ର ଅନ୍ତ

ସେଞ୍ଚୁରିଅ: ସାଉଥ୍ ଆଫ୍ରିକାର ପୂର୍ବତନ ଟେଷ୍ଟ୍ କ୍ୟାପ୍‌ଟେନ୍ ଡିନ୍ ଏଲ୍‌ଗର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଭାରତ ବିପକ୍ଷ ଘରୋଇ ଟେଷ୍ଟ୍ ସିରିଜ୍ ଖେଳି ସେ କ୍ୟାରିୟର୍‌ର ଅନ୍ତ ଘଟାଇବେ । ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଡିସେମ୍ବର ୨୬ରୁ ଆରମ୍ଭ ହେବ । ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୩ରୁ ୭ ପର୍ଯ୍ୟନ୍ତ କେପ୍‌ଟାଉନ୍‌ରେ ଖେଳାଯିବ । ଏହା ଏଲ୍‌ଗରଙ୍କ କ୍ୟାରିୟର୍‌ର ଅନ୍ତିମ ମ୍ୟାଚ୍ ହେବ । ୩୬ ବର୍ଷୀୟ ପୂର୍ବତନ କ୍ୟାପ୍‌ଟେନ୍ ସନ୍ନ୍ୟାସ ଘୋଷଣା କରି କହିଛନ୍ତି, ପ୍ରତ୍ୟେକ ଭଲ ଜିନିଷର ଅନ୍ତ ହୋଇଥାଏ ଏବଂ ଭାରତ ବିପକ୍ଷ ଘରୋଇ ସିରିଜ୍ ମୋର ଅନ୍ତିମ ସିରିଜ୍ ହେବ । ମୁଁ କ୍ରିକେଟ୍ ଭଳି ସୁନ୍ଦର ଖେଳରୁ ସନ୍ନ୍ୟାସ ନେବାକୁ ଘୋଷଣା କରୁଛି । କେପ୍‌ଟାଉନ୍ ଟେଷ୍ଟ ମୋ କ୍ୟାରିୟର୍‌ର ଅନ୍ତିମ ମ୍ୟାଚ୍ ହେବ । ଏହି ପଡ଼ିଆରେ ମୁଁ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ୍ ରନ୍ କରିଥିଲି ଏବଂ ଆଶା କରୁଛି ଏହିଠାରେ ଶେଷ ରନ୍ ମଧ୍ୟ କରିବି । କ୍ରିକେଟ୍ ଖେଳିବା ମୋର ସର୍ବଦା ସ୍ୱପ୍ନ ଥିଲା । କିନ୍ତୁ ଦେଶ ପାଇଁ ଖେଳିବା ମୋର ଅନ୍ତିମ ଲକ୍ଷ୍ୟ ଥିଲା । ୧୨ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ନେଇ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ଏହି ଯାତ୍ରା ପାଇଁ କୃତଜ୍ଞ ।
ଏଲ୍‌ଗର ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟ୍‌ରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । ମିଡିଲ୍ ଅର୍ଡର୍‌ରେ ବ୍ୟାଟିଂକରି ଉଭୟ ଇନିଂସ୍‌ରେ ଶୂନ୍ୟରେ ଆଉଟ୍ ହୋଇଥିଲେ । ତେବେ କେବେରାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୩ ରନ୍‌ର ଅପରାଜିତ ଇନିଂସ୍ ଖେଳିବା ସହିତ ଟିମ୍‌ରେ ସ୍ଥାନ ପକ୍କା କରିଥିଲେ । ଏଲ୍‌ଗର୍ ଭାରତର ବିଶାଖାପାଟଣା ଏବଂ ଶ୍ରୀଲଙ୍କାର ଗଲ୍‌ରେ ଟେଷ୍ଟ୍ ଶତକ ମଧ୍ୟ କରିଥିଲେ । ୨୦୨୧ରୁ ୨୦୨୨ ପର୍ଯ୍ୟନ୍ତ ସାଉଥ୍ ଆଫ୍ରିକାର ଟେଷ୍ଟ୍ କ୍ୟାପ୍‌ଟେନ୍ ଥିବା ଏଲ୍‌ଗର ୧୭ ମ୍ୟାଚ୍‌ରେ ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ସାଉଥ୍ ଆଫ୍ରିକା କ୍ୟାରିବିୟାନ୍ ମାଟିରେ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷରେ ଏବଂ ଘରୋଇ ମାଟିରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଥିଲା । ତେବେ ତାଙ୍କ ନେତୃତ୍ୱରେ ଟିମ୍ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜ୍ ଜିତିପାରି ନଥିଲା । ଏହି କାରଣରୁ ତାଙ୍କ ସ୍ଥାନରେ ଟେମ୍ବା ବାଭୁମାଙ୍କୁ ନୂଆ ଟେଷ୍ଟ୍ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking