ଭୁବନେଶ୍ୱର: ପାରଦ ତଳକୁ ଖସିବା ସହ ଓଡ଼ିଶାର ୧୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି । କନ୍ଧମାଳ ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଥିବା ବେଳେ ଜି.ଉଦୟଗିରିରେ ତାପମାତ୍ରା ୪.୭ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଶିମିଳିଗୁଡାରେ ୫.୬, କିରେଇ ୭.୧ ଡିଗ୍ରୀ, କୋରାପୁଟ ୭.୭ ଡିଗ୍ରୀ, କେନ୍ଦୁଝର ୭.୮ ଡିଗ୍ରୀ, ଦାରିଙ୍ଗବାଡି ୮ ଡିଗ୍ରୀ, ଅନୁଗୁଳ ୮.୬ ଡିଗ୍ରୀ, ଭବାନୀପାଟଣା ୮.୬ ଡିଗ୍ରୀ, ରାଉରକେଲା ୮.୭ ଡିଗ୍ରୀ ରହିଛି ।ଅନ୍ୟପଟେ ସୁନ୍ଦରଗଡ ୯ ଡିଗ୍ରୀ, ନବରଙ୍ଗପୁର ୯ ଡିଗ୍ରୀ, ସୋନପୁର ୯.୩ ଡିଗ୍ରୀ, ଝାରସୁଗୁଡା ୯.୪ ଡିଗ୍ରୀ, ରାଣୀତାଲ ୯.୪ ଡିଗ୍ରୀ ଓ ଚିପିଲିମାରେ ପାରଦ ୯.୮ ଡିଗ୍ରୀ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ୨୨ରୁ ଶୀତ କମିବା ସହ କୁହୁଡ଼ି ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ କୁହୁଡ଼ି ସମ୍ଭାବନା ରହିଥିବା ଜଣାପଡିଛି । ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ । ସେଥିପାଇଁ ୨୩ ତାରିଖରେ ୧୦ ଜିଲ୍ଲା ଏବଂ ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଭୁବନେଶ୍ୱରର ଦିନର ତାପମାତ୍ରା ସର୍ବନିମ୍ନ ୧୩.୪ଂ ରହିଥିବା ବେଳେ କଟକ ୧୩.୨ଂ, ବାଲେଶ୍ୱର ୧୪.୭ଂ, ପୁରୀ ୧୬.୨ଂ, ସମ୍ବଲପୁର ୧୨ଂ, ବଲାଙ୍ଗୀର ୧୦.୨ଂ, ଟିଟିଲାଗଡ ୧୨.୫ଂ, ମାଲକାନଗିରି ୧୩ଂ, ବୌଦ୍ଧ ୧୦.୫ଂ, ନୂଆପଡା ୧୧.୪ଂ, ଖୋର୍ଦ୍ଧା ୧୪ଂ, କେନ୍ଦ୍ରାପଡା ୧୧.୮ଂ, ଜଗତସିଂପୁର ୧୨ଂ ରେକର୍ଡ କରାଯାଇଛି ।