34.1 C
Bhubaneswar
Friday, October 18, 2024
Homeଓଡିଶାଶିଶୁକନ୍ୟାକୁ ଯୌନ ନିର୍ଯାତନା; ଦୋଷୀକୁ ୨୦ ବର୍ଷ ଜେଲ୍‌

ଶିଶୁକନ୍ୟାକୁ ଯୌନ ନିର୍ଯାତନା; ଦୋଷୀକୁ ୨୦ ବର୍ଷ ଜେଲ୍‌

ଯାଜପୁର : ଜଣେ ୫ ବର୍ଷର ଶିଶୁକନ୍ୟାକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଯାଜପୁର ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ତ ରାୟ ଶୁଣାଇଛନ୍ତି। ଯାଜପୁର ଟାଉନ ଥାନା କେସ୍‌ ନମ୍ବର ୨୩୧/୨୧ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କାର ଜରିମାନା କରାଯାଇଛି। ଚୂଡ଼ାନ୍ତ ଶୁଣାଣିରେ ୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଆଡହକ୍‌ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶରତ ଚନ୍ଦ୍ର ଦେହୁରି ରାୟ ପ୍ରକାଶ କରିଥିଲେ। ଜରିମାନା ଅନାଦେୟ ଅଧିକ ୬ମାସ ଜେଲ୍‌ ଦଣ୍ତାଦେଶ କରାଯାଇଛି। ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦେଶ ଦିଆଯାଇଛି।ସୂଚନା ଅନୁଯାୟୀ ୨୦୨୧ ମସିହା ଜୁଲାଇ ୨୫ ତାରିଖରେ ଯାଜପୁର ଥାନା ଅଧୀନସ୍ଥ ସାଉଣ୍ତିହି ଗ୍ରାମର ପ୍ରଫୁଲ୍ଲ ପଣ୍ତା ଓରଫ ଧୁମା (୫୭) ପୀଡ଼ିତା ଶିଶୁକନ୍ୟାକୁ ତାର ଦାଦାଘରୁ ନେଇ ଆସିଥିଲା। ଘରେ ଛାଡ଼ିଦେବ ବୋଲି କହି ନିଜଘରକୁ ନେଇ ଯୌନ ନିର୍ଯାତନା ଦେଇଥିଲା। ଶିଶୁକନ୍ୟାଟି କାନ୍ଦିବାରୁ ନିକଟସ୍ଥ ନଦୀପୋଲ ପାଖକୁ ନେଇ କିଛି ସମୟ ବୁଲାଇବା ପରେ ତା’ର ଘରେ ଛାଡ଼ି ଦେଇଥିଲା। ଶିଶୁକନ୍ୟାଟି ଘଟଣା ସମ୍ପର୍କରେ ତା’ର ମାଆକୁ କହିବା ସହ ରାତିରେ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ପରଦିନ ଏ ସମ୍ପର୍କରେ ଯାଜପୁର ଥାନାରେ ଅଭିଯୋଗ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଶୈଳେନ୍ଦ୍ର ସାମଲ କୋର୍ଟରେ ମାମଲା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking