23.1 C
Bhubaneswar
Thursday, November 14, 2024
Homeଓଡିଶାସାଙ୍ଗ ସହ ଗଣ୍ଡଗୋଳ କରି ମହାନଦୀକୁ ଡେଇଁଥିଲେ ଯୁବକ; ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ସାଙ୍ଗ ସହ ଗଣ୍ଡଗୋଳ କରି ମହାନଦୀକୁ ଡେଇଁଥିଲେ ଯୁବକ; ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ବାଙ୍କୀ ଆତ୍ମହତ୍ୟା କରିବାକୁ ମହାନଦୀର ପାଣିକୁ ଡେହିଁଲେ ଯୁବକ । କଟକ ଜିଲ୍ଲାର ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ୍ ଉପରୁ ଆତ୍ମହତ୍ୟା କରିବା ପାଇଁ ମହାନଦୀ ପାଣିକୁ ଡେଇଁଥିଲେ ଯୁବକ । ଯୁବକଙ୍କୁ ଡେଇଁବା ଦେଖି ସ୍ଥାନୀୟ ଲୋକ ମଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ପହଞ୍ଚି ଯୁବକକୁ ଉଦ୍ଧାର କରିଛନ୍ତି ।

ତେବେ ଯୁବକ ଜଣଙ୍କ ଭୁବନେଶ୍ୱରରୁ ନିଜ ବାଇକ୍‌ରେ ଆସି ବାଇକ୍ ବ୍ରିଜ୍ ଉପରେ ରଖି ମହାନଦୀ ପାଣିକୁ ଆତ୍ମହତ୍ୟା କରିବାକୁ ଡେଇଁଥିଲେ । ନିଜ ସାଙ୍ଗ ସହିତ ଗଣ୍ଡଗୋଳ ଘଟିଥିବାରୁ ପରିବାର ଲୋକେ କାଳେ ମାଡ ମାରିବେ ସେହି ଭୟରେ ଭୁବନେଶ୍ବରରୁ ଆସି ଏଠି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଆସିଥିଲେ । ହେଲେ ମହାନଦୀରେ ପାଣି କମ୍ ଥିବାରୁ ବୁଡି ପାରି ନଥିଲେ । ଏବେ ସେ ସୁସ୍ଥ ଅଛନ୍ତି । ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ତାଙ୍କ ବାଇକକୁ ଜବତ କରି ଘରଲୋକଙ୍କୁ ଖବର ଦେଇ ଅଧିକ ତଥ୍ୟ ପାଇଁ ତଦନ୍ତ ଚଳାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking