କଲମ୍ବୋ : ଶ୍ରୀଲଙ୍କା ନୌବାହିନୀ ପକ୍ଷରୁ ବୁଧବାର ୨୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କର ୪ଟି ମାଛଧରା ଟ୍ରଲର ମଧ୍ୟ ଜବତ ହୋଇଛି । ଭାରତୀୟ ମତ୍ସ୍ୟଜୀବୀମାନେ ପାକ୍ ପ୍ରଣାଳୀରେ ମାଛ ଧରୁଥିବାବେଳେ ଭୁଲବଶତଃ ଶ୍ରୀଲଙ୍କା ଜଳରାଶିକୁ ପ୍ରବେଶ କରିଥିବା ଜଣାପଡିଛି ।
ଗିରଫ ମତ୍ସ୍ୟଜୀବୀମାନେ ତାମିଲନାଡୁ ବାସିନ୍ଦା ହୋଇଥିବାବେଳେ ସେମାନଙ୍କୁ ଖଲାସ କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।